April 27, 2026

ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳନରେ ସାମିଲ ହେଲେ ଛେଲାଗଡ଼, ଛେଳିଗଡ଼ ଡ୍ରାଇଭର ସଙ୍ଘର ସମସ୍ତ ସଦସ୍ୟ

IMG-20230315-WA0019
Share

 

ଗଜପତି ଜିଲ୍ଲାର ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼, ଛେଳିଗଡ଼ ସମସ୍ତ ଓଡିଶା ମୋଟର ଡ୍ରାଇଭର ସଙ୍ଘର ସଦସ୍ୟ ଆଜି ମକାପଦା ଠାରେ ଏକ ନିଆରା ଢଙ୍ଗରେ ରାଜ ରାସ୍ତାରେ ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ ।ରାଜ୍ୟ ସରକାରଙ୍କ ପାଖରେ ୧୦ ଦଫା ଦାବି ପୂରଣ କରିବା ପାଇଁ ଅନେକ ବାର ଅଭିଯୋଗ କରିଛନ୍ତି । ତଥାପି କୌଣସି ସୁଫଳ ନ ମିଳିବାରୁ ବାଧ୍ୟହୋଇ ରାଜ ରାସ୍ତାରେ ପ୍ରତିବାଦ ଜଣାଇଛନ୍ତି । କିନ୍ତୁ ପ୍ରତିବାଦ କଲେ ମଧ୍ୟ ଆମ୍ବୁଲାନ୍ସ ,ସ୍କୁଲ ଯାନବାହନ, ପ୍ରସାସନ ଯାନବାହାନ କୁ ଛାଡ଼ିବା ସହ ଆଇନ ଅନୁଯାୟୀ ଶ୍ରୁଙ୍ଖଳା ସହ ତାଙ୍କ ନ୍ୟାର୍ଯ ଦାବି କୁ ପାଇବା ପାଇଁ ମାନ୍ୟବର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।ଏହି ଆନ୍ଦୋଳନ ରେ ଓଡିଶା ଡ୍ରାଇଭର ମହାସଂଘ, ଅଟୋ ଡ୍ରାଇଭର ମହାସଂଘ, ତଥା ଅଞ୍ଚଳର ସମସ୍ତ ଜନସାଧାରଣ ମଧ୍ୟ ଏହି ଆନ୍ଦୋଳନ କୁ ବହୁ ସଂଖ୍ୟକ ସମର୍ଥନ କରିଛନ୍ତି

ରିପୋର୍ଟ:- ଦିପକ ପ୍ରଧାନ ,ଆର୍,ଉଦୟଗିରି (ଗଜପତି)