୫ ମ ଦିନରେ ସହିଦ୍ ଭଗତସିଂ ମେମୋରିଆଲ କ୍ରିକେଟ୍ ଟର୍ଣ୍ଣାମେଣ୍ଟ ପ୍ରତିଯୋଗିତା
କୁଜଙ୍ଗ:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଏଦା ପଞ୍ଚାୟତ ଖେଳ ପଡିଆ ଠାରେ ସହିଦ୍ ଭଗତସିଂ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୫ ମ ଦିନରେ ପହଞ୍ଚି ଥିବା ବେଳେ ଆମ୍ବୀକି ଓ ଜପା ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଜପା କ୍ରିକେଟ୍ ଟିମ୍ ଆମ୍ବିକି କ୍ରିକେଟ୍ ଟିମକୁ ପରାସ୍ତ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ମୁଖ୍ୟ ଅତିଥି ଭାବେ ବାଲିତୁଠ ପଞ୍ଚାୟତର ସରପଞ୍ଚ ତଥା କମ୍ରେଡ ପ୍ରଫୁଲ୍ଲ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ଏରସମା ବ୍ଲକ ପୂର୍ବତନ ଉପାଧକ୍ଷ ରାମ ଚନ୍ଦ୍ର ମୁଦୁଲି ଯୋଗ ଦେଇ ମଞ୍ଚରେ କ୍ରୀଡ଼ା ପ୍ରେମୀଙ୍କୁ କ୍ରୀଡ଼ା ସମ୍ପର୍କରେ ଉତ୍ସାହିତ କରିଥିଲେ। ଏହି ଆୟୋଜିତ କାର୍ଯ୍ୟକ୍ରମଟି ସମାଜସେବୀ ତଥା କମ୍ରେଡ୍ ଦେବାଶିଷ ପରିଜାଙ୍କ ନେତୃତ୍ବରେ ହୋଇଥିବା ବେଳେ ୧୬ ଦିନିଆ କ୍ରିକେଟ୍ ପ୍ରତିଯୋଗିତା ଜାରୀ ରହିଛି। ଏହି କାର୍ଯ୍ୟକ୍ରମରେ ଅଲଇଣ୍ଡିଆ ସଭାପତି ପ୍ରଭଞ୍ଜନ ରାଉତ,ସମ୍ପାଦକ ବାବୁନି ସାମଲ,ମାନସ ମୁଦୁଲି,ଆୟୋଷ କାନ୍ତ ସ୍ବାଇଁ,ଚନ୍ମୟ ଭୋଇ,ସୌମ୍ୟ ରଞ୍ଜନ ପରିଡ଼ା,ସତ୍ୟଜିତ ଦାସ,ନବ କୁମାର,ଆଲୋକ ରଞ୍ଜନ,ବିପିନ ବିହାରୀ ସ୍ବାଇଁ,ସୂର୍ଯ୍ୟ କାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ।