March 10, 2026

ଉମରକୋଟ ଠାରେ ମେରା ୟୁବା ଭାରତ ପକ୍ଷରୁ ବିଭିନ୍ନ କ୍ରୀଡା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ……….

IMG-20260215-WA0042
Share

 

ଉମରକୋଟ:-(ଏମ୍.ଦୀଳା°ଶୁ ଆଚାରୀ) ଉମରକୋଟ ସ୍ପୋର୍ଟ୍ସ ହଷ୍ଟେଲ ଠାରେ ନବରଙ୍ଗପୁର ମେରା ୟୁବା ଭାରତ କେନ୍ଦ୍ର ପକ୍ଷରୁ ଆୟୋଜିତ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ରେ ରାଜ୍ୟ ସରକାର ଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥିଭାବେ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ପୁରସ୍କୃତ କରିଥିବା ବେଳେ, କ୍ରୀଡା ସମ୍ପର୍କ ରେ ନିଜର ଅଭିଜ୍ଞତା ବିଷୟରେ ଆଲୋଚନା କରିଥିଲେ | ଏହାଛଡା ଛାତ୍ର ଜୀବନରେ କ୍ରୀଡାର ଆବଶ୍ୟକତା ଏବଂ କ୍ରୀଡା କୁ ନିଜ କ୍ୟାରିୟର ଭାବେ ଗ୍ରହଣ କରି ରାଜ୍ୟ ତଥା ଦେଶର ନାମ ଉଚ୍ଚା କରିବା ଲକ୍ଷରେ ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରିବା ଉଚିତ ବୋଲି ନିଜ ଅଭିଭାଷଣ ରେ କହିଥିଲେ | ପ୍ରତ୍ୟେକ ସମୟ ରେ ଆବଶ୍ୟକ ସ୍ଥଳେ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରତିଶୃତି ଦେଇଥିଲେ | ଏହିପରିପେକ୍ଷୀରେ ମେରା ୟୁବା ଭାରତ କେନ୍ଦ୍ର ପକ୍ଷରୁ କବାଡି, ଭଲିବଲ,ଫୁଟବଲ,ବ୍ୟାଡ଼ମିଣ୍ଟନ ଖକୋ ଆଦି ଖେଳର ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା | ବିଭିନ୍ନ ସ୍ଥାନରୁ ଆସିଥିବା ଯୁବକ ସଙ୍ଘ ର କ୍ରୀଡାବିତ ମାନଙ୍କୁ କିଟ ବ୍ୟାଗ ପ୍ରଦାନ କରାଯାଇଥିବା ବେଳେ, ଗୁରୁକୃପା ପବ୍ଲିକ ସ୍କୁଲ ର ଛାତ୍ରୀ ମହିନୁର ଅଲ୍ଲୀ ଙ୍କୁ ବିଜେତା ଓ ସାଇକୃତି ପଣ୍ଡା ଙ୍କୁ ବ୍ୟାଡ଼ମିଣ୍ଟନ ଉପ ବିଜେତା କପ ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରଦାନ କରି ଭବିଷ୍ୟତରେ ଭଲ କ୍ରୀଡ଼ାବିତ ହେବାପାଇଁ କାମନା କରଥିଲେ | ବିଭିନ୍ନ କ୍ରୀଡା ରେ କୃତକାର୍ଯ୍ୟ ହାସଲ କରିଥିବା କ୍ରୀଡ଼ାବିତ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରି କ୍ରୀଡ଼ାବିତ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ |ଏହି ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥିଭାବେ ରାଜ୍ୟ ବିଜେପି ଉପସଭାପତି ତଥା ନବରଙ୍ଗପୁର ଜ଼ିଲ୍ଲା ବିଜେପି ବରିଷ୍ଠ ସଂଗଠକ ଶ୍ରୀଯୁକ୍ତ ରମେଶ ସାହୁ, ସାଂସଦ ପ୍ରତିନିଧି ରାମ ନାୟକ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା,ନବରଙ୍ଗପୁର ଜ଼ିଲ୍ଲା ହକି ସମ୍ପାଦକ ତଥା ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ନିର୍ଦ୍ଦେଶକ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ, ଉମରକୋଟ ମିନି ଷ୍ଟାଡିୟମ ଇନଚାର୍ଜ ତଥା ବରିଷ୍ଠ କ୍ରୀଡ଼ାବିତ ଅଶୋକ କୁମାର ସାହୁ, ଜ଼ିଲ୍ଲା ଇଣ୍ଡୋର ସମ୍ପାଦକ ତଥା ହେଲ୍ପ ଲାଇନ ସଭାପତି ସମାଜସେବୀ କୃଷ୍ଣ ପ୍ରସାଦ ପଟ୍ଟନାୟକ,ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ | ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ଉପ ସଭାପତି ତଥା ଜ଼ିଲ୍ଲା ମହିଳା କ୍ରୀଡା ସଂଯୋଜିକା, ଦିଲ୍ଲୀପ ତିର୍କୀ ହକି ଫାଉଣ୍ଡେସନ ର ବରିଷ୍ଠ ସଭ୍ୟା ଇଂ. ଚନ୍ଦନା ମଲ୍ଲିକ ପରିଚାଳନା କରିଥିଲେ | ସମ୍ପୂର୍ଣ କ୍ରୀଡା କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ ସପନ ବୈରାଗୀ ପରିଚାଳନା କରିଥିବା ବେଳେ, କ୍ରୀଡା ଶିକ୍ଷକ ରଶ୍ମିତା ବରାଳ, କ୍ରୀଡା ଶିକ୍ଷକ ଦୀପାଂଶୁ ଶେଖର କୁଣ୍ଡୁ ସମେତ ହରି ସାନ୍ତା, ହେମନ୍ତ ହରିଜନ, ମନୋଜ ମାଝୀ ସହାୟତା କରିଥିଲେ | ଶେଷରେ ସମସ୍ତ ଅତିଥି ମାନଙ୍କୁ ମେରା ୟୁଵା ଭାରତ କେନ୍ଦ୍ର ପକ୍ଷରୁ ଉପଢୌକନ ଏବଂ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା | ନବରଙ୍ଗପୁର ମେରା ୟୁବା ଭାରତ ଶାଖା ପରିଚାଳକ ବି. ରମେଶ ଉପସ୍ଥିତ ଅତିଥି ଏବଂ କ୍ରୀଡ଼ାବିତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |