କିଶୋରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ..
ବୁଗୁଡ଼ା : ତା ୧୫/୦୨/୨୪ : ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ କିଶୋରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ପ୍ରଶିକ୍ଷିକା ଭାବେ ସମିତା ଜେନା ଓ ମଧୁମିତା ଜେନା ଯୋଗ ଦେଇ ବି.କରଡ଼ାବାଡ଼ି , ବୁଗୁଡ଼ା ଏନଏସି , ଗୋଳାବନ୍ଧ , କରଚୁଲି , ଗୋଲିଆ ଓ ମାଣିତରା ଆଦି ୬ଟି ସେକ୍ଟରର କିଶୋରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ । ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ପ୍ରଥମ ପର୍ଯ୍ୟାୟ ଏକଦିବସୀୟ ପ୍ରଶିକ୍ଷଣ ଶିବିରକୁ ବିଡିଓ ସନ୍ତୋଷ କୁମାର ଜେନା ଉଦ୍ଘାଟନ କରିଥିବା ବେଳେ ଏଥିରେ ଅଞ୍ଚଳ ପରିଦର୍ଶିକା ଜି.ରଶ୍ମି , କୁସୁମ ପଣ୍ଡା , ସରସ୍ବତୀ ତ୍ରିପାଠୀ , ଗିତାଞ୍ଜଳୀ ବଡମୁଣ୍ଡି , ଜାନକୀ ଦେବୀ ଓ ଲିଲି ଶବର ପ୍ରମୁଖ ଯୋଗ ଦେଇ ଉପସ୍ଥିତ କିଶୋରୀଙକୁ ଆତ୍ମ ସୁରକ୍ଷା ତାଲିମ ଗ୍ରହଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏ ଅବସରରେ ଶିବିରାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ଶିବିର ପରିଚାଳନାରେ ବିଭିନ୍ନ କେନ୍ଦ୍ରର ଅଙ୍ଗନୱାଡି କର୍ମୀମାନେ ସହଯୋଗ କରିଥିଲେ ।