March 10, 2026

ନବରଙ୍ଗପୁର ଶ୍ରୀକୁଞ୍ଜବିହାରୀ ପାଠାଗାରରେ ମକର ମିଳନ ଉତ୍ସବ

IMG-20260115-WA0103
Share

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ)

ସ୍ଥାନୀୟ ଶ୍ରୀ କୁଞ୍ଜବିହାରୀ ପାଠାଗାର ପରିସରରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ମକର ମିଳନ ତଥା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜନ୍ମତିଥି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି..ସଭାପତି ଡ଼ଃ ରଘୁନାଥ ଶତପଥିଙ୍କ ଅଧ୍ୟ୍ୟକ୍ଷତାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ଶ୍ରୀ ସରୋଜ କୁମାର ତ୍ରିପାଠୀ” ମକର ମିଳନର ଉତ୍କର୍ଷତା ” ବିଷୟରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପୂର୍ବତନ ସଭାପତି ତଥା ବିଶିଷ୍ଟ ପ୍ରାବନ୍ଧିକ ଶ୍ରୀ ନାରାୟଣ ପଣ୍ଡା ” ଫକୀର ମୋହନଙ୍କ ରଚନା ସମଗ୍ରରୁ ଗଳ୍ପ ବୈଭବ “ରୁ କିଛି ଗଳ୍ପ ପାଠ ପୂର୍ବକ ଓଡ଼ିଆ ସାହିତ୍ୟର ମହାନାୟକଙ୍କ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିଥିଲେ… ସଭାପତି ନିଜସ୍ୱ ଅଭିଭାଷଣରେ ତାଙ୍କର କିଛି କାଳଜୟୀ ରଚନା ସମ୍ପର୍କରେ ପ୍ରକାଶ କରିଥିଲେ.. ବରିଷ୍ଠ କବି ଶ୍ରୀ ପର୍ଶୁରାମ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ହରପ୍ରସାଦ ଦାସ, ବନ୍ଦିତା କର, ଜାହ୍ଣବୀ ପଣ୍ଡା, ହରିହର ନାୟକ, ପ୍ରଫୁଲ୍ଲ କୁମାର ପୁହାଣ, ପି. ରବିକାନ୍ତ ରଘୁରାମ, ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ରଜନୀ ପାତ୍ର, ପର୍ଶୁରାମ ସାହୁ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରି ମନ ମୋହିଥିଲେ… କାର୍ଯ୍ୟକ୍ରମ ପ୍ରାରମ୍ଭରେ କଣ୍ଠଶିଳ୍ପୀ ଶ୍ରୀ ସୁରେଶ ମିଶ୍ର ଏକ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ.. ଏବଂ ପରିଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ରଜନୀ ପାତ୍ର କୃତଜ୍ଞତା ଅର୍ପଣ କରିଥିଲେ… ଇତି ମଧ୍ୟରେ ଏହି ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଶ୍ରୀ ଗୋପବନ୍ଧୁ ବିଷୋୟୀଙ୍କ ଆରୋଗ୍ୟ କାମନା କରି ସମୂହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଜୟ କୁମାର ଚୌଧୁରୀ, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ନିରଞ୍ଜନ ମିଶ୍ର,ଡ଼ଃ ରାଧାନାଥ ବେହେରା, ରାମକୃଷ୍ଣ ପାତ୍ର, ସାନୁଜ ପାତ୍ର,ହୃଷିକେଶ ଦାଶ, ଇଂ. ସବ୍ୟସାଚୀ ବେହେରା,ଜଗନ୍ନାଥ ମହାପାତ୍ର, ସୁଶ୍ରୀ ଝରଣା ପଟ୍ଟନାୟକ ଏବଂ ଅନ୍ୟମାନେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ..