April 24, 2026

ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

IMG-20260115-WA0107
Share

ବୁଗୁଡ଼ା : ତା ୧୫/୦୧/୨୬ :ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଗୁରୁବାର ଦିନ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବୁଗୁଡା ସହରର ମଦନ ମୋହନ ଛକ, ନୂଆଁ ବସଷ୍ଟାଣ୍ଡ ଛକ, ବଡଶଙ୍ଖ ଛକ ଏବଂ ବାଲିପଦର ଗାଁ ଛକରେ ହେଲମେଟ୍ ଯାଞ୍ଚ ସହ ଯେଉଁମାନେ ହେଲମେଟ୍ ପିନ୍ଧି ନଥିଲେ ସେମାନଙ୍କୁ ମାଗଣାରେ ହେଲମେଟ୍ ପ୍ରଦାନ ସାଙ୍ଗକୁ ହେଲମେଟ୍ ପିନ୍ଧିଥିବା ସଚେତନ ଗାଡି ଚାଳକଙ୍କୁ ଗୋଲାପ ଫୁଲ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ଏଥି ସହ ଗାଡି ଚାଳନା ସମୟରେ ହେଲମେଟ୍ ପରିଧାନ କରିବା ଏବଂ ମଦ୍ଯପାନ ନକରିବା ପାଇଁ ନିବେଦନ କରିବା ସହ ଟ୍ରାଫିକ ନିୟମ ପାଳନ ପାଇଁ ଜନ ସଚେତନତା କରାଯାଇଥିଲା। ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଏଏସଆଇ ରାଜକୁମାର ମହାପାତ୍ର ଓ ବାପୁଜୀ ଖଣ୍ଡଗିରିଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ଯୋଗ ଦେଇ ଜନସଚେତନା ସୃଷ୍ଟି କରିଥିଲେ।

You may have missed