March 10, 2026

ବ୍ୟାସକବି ସ୍ବର୍ଗତ ଫକୀରମୋହନ ସେନାପତିଙ୍କ ଜୟନ୍ତୀ ସହିତ ମକର ଉତ୍ସବ ପାଳିତ

IMG-20260115-WA0046
Share

 

ଗତକାଲି ସନ୍ଧ୍ୟାରେ ପୁରୀ ଓକିଲ ସଂଘର ଆଇନୀଜୀବୀ ମାନଙ୍କୁ ନେଇ ପ୍ରତିଷ୍ଠିତ ହୋଇଥିବା ” ପ୍ରତିଭାପୂଜା ପରିଷଦ ” ତରଫରୁ ପୁରୀ ବସଷ୍ଟାଣ୍ଡ ନିକଟସ୍ଥ ସଂଜୀବନୀ ହସ୍ପିଟାଲ ସଭାଗୃହ ରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପବିତ୍ର ଜୟନ୍ତୀ ଓ ମକର ଉତ୍ସବ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଭାପତି ଗୁଣ୍ଡିଚା ବରାଳଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥିଭାବେ ଓଡ଼ିଆ ଭାଷା ସାହିତ୍ୟର ପ୍ରାକ୍ତନ ନିର୍ଦେଶକ କୈଳାଶ ଚନ୍ଦ୍ର ଟିକାୟତରାୟ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ଭଗବାନ ଜୟସିଂ, ବିଶିଷ୍ଟ ଚିକିତ୍ସକ ତଥା ସମାଜସେବୀ ଦେବେନ୍ଦ୍ରନାଥ ତରାଇ, ଗବେଷକ ନୀଳମଣି ଗୁରୁ ଓ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡା ଅଂଶଗ୍ରହଣ କରି ଫକୀରମୋହନ ସେନାପତିଙ୍କ ଜୀବନୀ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ l ବୈଠକ ର ପ୍ରାରମ୍ଭରେ ଫକୀରମୋହନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଅନୁଷ୍ଠାନ ର ସମ୍ପାଦକ ଡ଼କ୍ଟର ପ୍ରଧାନ ଧିରେନ କୁମାର ରାୟ ବିବରଣୀ ପାଠ କରିଥିଲେ l ସଭା ଶେଷରେ ଅନୁଷ୍ଠାନ ର ଉପସଭାପତି ଭୀମସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l