ଆଜିର ଖବର…
ଆସନ୍ତା ୨୭ ତାରିଖରୁ ୪ ଦିନ ଧରି ଚାଲିବ ଗୋପାଳପୁର ବେଳାଭୂମି ମହୋତ୍ସବ।
ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ସଂରକ୍ଷଣ ବଢିବ। ଏସସି ଓ ଏସଟି ସଂରକ୍ଷଣ ଦୁଇଗୁଣା କରିବେ ସରକାର।
ଓଡ଼ିଶା ପାଇଁ ସତର୍କତା। ଜ୍ବର, ଥଣ୍ଡା ଦୀର୍ଘ ଦିନ ରହିଲେ ନିପା ପାଇଁ ଯାଞ୍ଚ କରନ୍ତୁ।
ପୁଣି ଗାଡି ନିୟମ କଡାକଡି। ଡ୍ରାଇଭିଂ ଲାଇସେନ୍ସ ନିୟମ ବଦଳିବ, ଭୁଲ ହେଲେ ଲାଇସେନ୍ସ ରଦ୍ଦ, ଇନସ୍ୟୁରାନ୍ସ ଖର୍ଚ୍ଚ ବଢିବ।
କେନ୍ଦୁଝରରେ ପ୍ରତିଷ୍ଠା ହେବ ପ୍ରଥମ ହ୍ୟାଣ୍ଡବଲ ସ୍ପୋର୍ଟ୍ସ ହଷ୍ଟେଲ, ଘୋଷଣା କଲେ ସରକାର।
ରାଜଧାନୀରେ ଗୁଡ଼ି ମାଞ୍ଜା ସୁତାରେ କଟିଗଲା ଯୁବକଙ୍କ ବେକ। ଏକ ନମ୍ବର ହାଟରେ ପୋଲିସ ଚଢ଼ାଉ କଲେ।
ମକର ସଂକ୍ରାନ୍ତିରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଖେଳ। ସେବାୟତଙ୍କ ବିବାଦ ପାଇଁ ନବାନ୍ନ ଲାଗି ବନ୍ଦ।
ଜାତୀୟସ୍ତରର କବାଡ଼ି ଖେଳାଳି, ବଲାଙ୍ଗୀରର ସୀତା ଜାନି ଦାଦନ ଖଟିବାକୁ ଯିବେ। ଅନେକ ଚେଷ୍ଟା ପରେ ବି ଚାକିରିଟେ ମିଳିଲା ନାହିଁ।
ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକନ୍ୟା କଟକରୁ ଉଦ୍ଧାର ହେଲା।
ଜଟଣୀରେ ଡ଼କାୟତି ଯୋଜନା ପଣ୍ଡ, ୫ ଡକାୟତ ଗିରଫ, ମାରଣାସ୍ତ୍ର ସହ ଲଙ୍କା ଗୁଣ୍ଡ ଜବତ।
ଯାଜପୁର କାଳିଆପାଣିରେ କୁକୁର କାମୁଡ଼ାରେ ଦିବ୍ୟାଙ୍ଗ ଛାତ୍ରର ମୃତ୍ୟୁ। ଭତ୍ତା ନେଇ ଫେରିବା ବେଳେ ମାରିଦେଲେ।
ନବରଙ୍ଗପୁରରେ ମେଳାକୁ ଯାଉଥିବା ବେଳେ ଯାତ୍ରୀବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ମୃତ
ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଖୋଲାଖିଲି ମହିଳାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା କୁ ସମାଲୋଚନା। ବିଜେପି ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି।
ରାଜଧାନୀରେ କ୍ୟାପିଟାଲ୍ ହସ୍ପିଟାଲ୍ ଅନ୍ଲାଇନ୍ ଓପିଡି ବୁକିଂ କିଓସ୍କ ଅଚଳ ହେଲା।
ଭୁବନେଶ୍ୱରରେ ଗଙ୍ଗୁଆ ପ୍ରାକୃତିକ ନାଳ ମୃତପ୍ରାୟ। ନିଷ୍କାସନ ପଥରେ କୁଢ଼ କୁଢ଼ ଆବର୍ଜନା।
ବିଧିବଦ୍ଧ ଭାବେ ମୟୁରଭଞ୍ଜ ରାଇରଙ୍ଗପୁର ପୁଲିସ ଜିଲ୍ଲା କାର୍ଯ୍ୟକ୍ଷମ ହେଲା।
ଶିମିଳିପାଳରେ କୁମ୍ଭୀର ଗଣନା ସରିଲା। କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି ପାଇଛି।
ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା କଲେ ଅମିତ ଶାହ। ଗୁଡିଉଡାରେ ଅଂଶଗ୍ରହଣ କଲେ।
ଘନକୁହୁଡ଼ି ଯୋଗୁଁ ଉତ୍ତର ଭାରତ, ତାମିଲନାଡ଼ୁରେ ରେଳ ଓ ବିମାନ ଚଳାଚଳ ବ୍ୟାହତ
ୟୁପି ପ୍ରୟାଗରାଜ ମାଘ ମେଳାରେ ପୁଣି ଅଗ୍ନିକାଣ୍ଡ, ୬ରୁ ଅଧିକ ଟେଣ୍ଟ ଜଳିଗଲା।
କୋଲକାତାରେ ଇଡ଼ି ର ଚଢଉ ମାମଲାରେ ତୃଣମୂଳ କଂଗ୍ରେସର ପିଟିସନ ହାଇକୋର୍ଟରେ ଖାରଜ ହେଲା।
ଦ୍ଵିତୀୟ ଦିନିକିଆ କ୍ରିକେଟରେ ନ୍ୟୁଜଲାଣ୍ଡ ୭ ଓ୍ବିକେଟ୍ ରେ ବିଜୟୀ। ୧-୧ରେ ସିରିଜ ସମାନ।
ଡବ୍ଲ୍ୟୁପିଏଲ ମହିଳା କ୍ରିକେଟରେ ଆଜି ମୁମ୍ୱାଇ ଇଣ୍ଡିଆନସ୍ ଓ ୟୁପି ଓ୍ବାରିୟରସ୍ ମଧ୍ୟରେ ମୁକାବିଲା ହେବ।
ରୁପା ଦର ୩ ଲକ୍ଷ ଉପରେ, ୫ ଦିନରେ ବଢ଼ିଲା ୩୯ହଜାର
ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ସିଙ୍ଗାପୁର ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା।
ଇରାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ମିଳିଲା।
ଆମେରିକା ପାଇଁ ରୁଷ, ଇରାନ୍ ଓ ପାକିସ୍ତାନ ସହ ୭୫ ଦେଶକୁ ଭିସା ଦେବନି ଆମେରିକା।
କାନାଡ଼ାରେ ବୃଦ୍ଧ ଦମ୍ପତିଙ୍କ ହତ୍ୟା, ୩ ଭାରତୀୟ ଅଭିଯୁକ୍ତଙ୍କ ବିଚାର ଆରମ୍ଭ।
*ଗତବର୍ଷ ଏଇ ସମୟରେ*
ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦିଆଯିବାକୁ ନିଷ୍ପତ୍ତି ନେଇଥିଲେ ସରକାର।
ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ବଡୁ ସେବାୟତ ଏବଂ ମହାସୁଆର ଗଣ୍ଡଗୋଳ ଯୋଗୁଁ ମକର ସଂକ୍ରାନ୍ତିରେ ନୀତି ବନ୍ଦ ହୋଇଥିଲା।
====================
ଆଜି ଭାରତୀୟ ସେନା ଦିବସ
ଆଜି ଜନ୍ମଦିନ: ମାୟାବତୀ ନୈନା, ନିଲ ନିତିନ ମୁକେଶ, ଡିମ୍ପଲ ଯାଦବ, ପ୍ରୀତିଶ ନନ୍ଦୀ, ହରପ୍ରସାଦ ଦାସ
ଆଜି ତିରୋଧାନ: ଗୁଲଜାରି ଲାଲ ନନ୍ଦା
ଇତିହାସରେ ଆଜି: (୧୭୮୪) ବେଙ୍ଗଲ ଏସିଆଟିକ ସୋସାଇଟି ପ୍ରତିଷ୍ଠା/ (୧୯୩୪) ବିହାର ଭୁକମ୍ପରେ ୨୦,୦୦୦ ମୃତ/ (୧୯୮୮) ୱେଷ୍ଟ ଇଣ୍ଡିଜ ଟେଷ୍ଟରେ ନରେନ୍ଦ୍ର ହିରୱାନୀ ନେଲେ ୧୫ ୱିକେଟ/ (୨୦୦୬) କ୍ବାତ୍ରଚି ର ଆକାଉଣ୍ଟ ଜବତ ପାଇଁ ଆଦେଶ ଦେଲେ ବ୍ରିଟିଶ କୋର୍ଟ
====================
