May 11, 2026

ୟୁଥମାସ ସେବା ସଙ୍ଘ ର ୧୫ତମ ବାର୍ଷିକ ଉତ୍ସବ ପାଳିତ 

IMG-20250115-WA0085
Share

 

 

 

ଛତ୍ରପୁର -୧୫/୧/୨୫(ଅରୁଣ କୁମାର ପଣ୍ଡା )ଜାତୀୟ ଯୁବ ଦିବସ ଅବସରରେ ଛତ୍ରପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟୁଥ୍ମାସ୍ ସେବା ସଂଘର ୧୫ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଚଣ୍ଡିଛକରେ ସଭାପତି ବନମାଳୀ ନେପାକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ସଂଘର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ | ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଧାଂଶୁ କୁମାର ଭୋଇ, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସଂଘର ଉପସଭାପତି କେ.ରମେଶ, ଉପଦେଷ୍ଟା ବି.ଶ୍ରୀନିବାସ, ସେଣ୍ଟ୍ ଜାଭିୟର୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ସ୍ମୃତିରେଖା ବେହେରା, ତ୍ରିଲୋଚନ ବେହେରା ଓ ଏମ.ରାଜେଶ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ପାଦକ ସୟଦ ମୁକ୍ତାର ବାର୍ଷିକ ବିବରଣୀ ପାଠ ସହ ସଂଯୋଜନା କରିଥିଲେ। ବିଶିଷ୍ଟ କଳାକାର, ସାମାଜିକକର୍ମୀଙ୍କ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ବିଭିନ୍ନ ନୃତ୍ୟ ସଂଗଠନର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସେହିପରି ଗତ ସପ୍ତାହରେ ଅନୁଷ୍ଠିତ ଭଲିବଲ୍‌ ଟୁର୍ନାମେଣ୍ଟ୍‌ର ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରାଯାଇଥିଲା ।