May 11, 2026

ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କଲେ ମନ୍ତ୍ରୀ ଓ ବିଧାୟକ

IMG-20250115-WA0087
Share

ଛତ୍ରପୁର-୧୫/୧/୨୫ (ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ରେ ବୁଧବାର ବୃଦ୍ଧି ହୋଇଥିବା ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଏହି ବର୍ଦ୍ଧିତ ଭତ୍ତା ହିତାଧିକାରୀ ମାନଙ୍କୁ ବଣ୍ଟନ କରିଥିଲେ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଭତ୍ତା ୩୫୦୦ ଟଙ୍କା କୁ ବୃଦ୍ଧି କରିଛନ୍ତି ୮୦ ବର୍ଷରୁ ଉର୍ଧ୍ଵ ନାଗରିକ ଏବଂ ୮୦ ପ୍ରତିଶତରୁ ଅଧିକ ଭିର୍ନକ୍ଷମ ଏହି ଯୋଜନାର ଲାଭାର୍ଥୀ ହୋଇଛନ୍ତି ମଧୁବାବୁ ପେନସନ ଯୋଜନାରେ ଏହି ବ୍ଲକର ୮୦ ବର୍ଷରୁ ଉର୍ଧ୍ଵ ୬୦ ଜଣ ନାଗରିକଙ୍କୁ ଏବଂ ୮୦ପ୍ରତିଶତରୁ ଅଧିକ ୫୨ଜଣ ଭିନ୍ନକ୍ଷମଙ୍କୁ ୩୫୦୦/- ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଇଛି ସେହିପରି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ରେ 80 ବର୍ଷରୁ ଉର୍ଧ୍ଵ ୬୧୭ ଜଣ ନାଗରିକଙ୍କୁ ଏବଂ ୮୦ ପ୍ରତିଶତରୁ ଅଧିକ 69 ଜଣ ଭିନ୍ନକ୍ଷମଙ୍କୁ ୩୫୦୦/- ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଇଥିଲା ଏଥିସହ ଛତ୍ରପୁର ସବ-ଡିଭିଜନ ରେ ଆତ୍ମନିର୍ଭରଶୀଳ ପାଇଁ ୧୬ଟି ଇ-ରିକ୍ସା ବଣ୍ଟନ କରାଯାଇଛି ଏହି କାର୍ଯ୍ୟକ୍ରମରେ
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣୀ କୁମାରୀ ଦାସ, ବ୍ଲକ ଉପାଧ୍ୟକ୍ଷା ଏସ. ଶାରଦା ରେଡି,ଛତ୍ରପୁର ବିଡ଼ିଓ ଜୟଶ୍ରୀ ନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନମୋହନ ସେନାପତି ଙ୍କ ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ