March 8, 2026

ସୁବଳୟା ଧନୁଯାତ୍ରା ପାଇଁ କଂସ ବରଣ

IMG-20230115-WA0004
Share

 

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଠାରେ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ଫେବୃୟାରୀ ୨୭ ରୁ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ସୁଶୀଲ ମେହେର ଅଭିନୟ କରିବା ପାଇଁ କମିଟିର ସଦସ୍ୟ ମାନେ ତାଙ୍କ ବାସ ଭବନକୁ ଯାଇ ରୀତିନୀତି ଅନୁସାରେ ଗୁଆ ନଡ଼ିଆ ଉପଢୌକନ ଦେଇ ବରଣ କରିଥିଲେ ।ଏହି ଧନୁଯାତ୍ରା ମହୋତ୍ସବ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାର, ଅପେରା ଓ ସମ୍ବଲପୁର ମେଲଡି କାର୍ଯ୍ୟକ୍ରମ ହେବାର ରହିଛି । ବାବା ଅବଧୂତ ସାଂସ୍କୃତିକ ସଂଘ ର ସଭାପତି ରାଜେଶ କୁମାର ସେଠୀ, ସମ୍ପାଦକ ସୁଦାମ ମେହେର, ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର,ଟୁନା ଅଧିକାରୀ,ଦୋଳଗୋବିନ୍ଦ ବେହେରା, ନିରଞ୍ଜନ ବେହେରା, ପ୍ରକାଶ ଅଧିକାରୀ,ଓ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା କଂସ ବରଣ ସମୟରେ ଉପସ୍ଥିତ ରହିଥିଲେ l