July 25, 2026

କ୍ଷେତଚାଷୀ କ୍ଷେତ୍ରମୋହନ ନାୟକ ଙ୍କ ବିୟୋଗରେ ଶୋକ

WhatsApp Image 2025-12-14 at 7.58.25 PM
Share

ତିର୍ତ୍ତୋଲ ତା 14/12/2025ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ପଞ୍ଚାୟତ, ଗୋବିନ୍ଦପୁର ଗ୍ରାମର ଜଣାଶୁଣା କ୍ଷେତଚାଷୀ କ୍ଷେତ୍ରମୋହନ ନାୟକ (78) ଝାଟୁଆ ଙ୍କର ଗତ ରବିବାର ଦିନ, ଜଗତସିଂହପୁର ମେଡିକାଲ ରୁ ଘରକୁ ଫେରିବା ପାଇଁ ଏକ ଅଟୋରିକ୍ସା ରେ ବସିବା ସମୟରେ ହଠାତ ହୃଦଘାତ ରେ ପରଲୋକ ହୋଇଯାଇଛି l ଜଣେ ସଫଳ ଚାଷୀ, ମିଷ୍ଟଭାଷି, ସରଳ, ନିରାଡ଼ମ୍ବର ଓ ଧର୍ମପ୍ରାଣ ଭଲମଣିଷ ଭାବରେ ସେ ସ୍ଥାନୀୟ ଅଞ୍ଚଳରେ ବହୁ ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ l ତାଙ୍କର ମରଶରୀର ଜନ୍ମମାଟିରେ ପହଞ୍ଚିବା ପରେ ତାଙ୍କର ପୁତ୍ରବଧୂ ତଥା ଗୋବିନ୍ଦପୁର ସରପଞ୍ଚ ଶୁଭଶ୍ରୀ ନାୟକ ଙ୍କ ସମେତ ନିରଞ୍ଜନ ଦାସ, ଦେବବ୍ରତ ମହାନ୍ତି, କିଶୋର ପ୍ରଧାନ, ବୁଟୁନା ମହାନ୍ତି, ଅଶୋକ ଜେନା, ମହେନ୍ଦ୍ର ନାୟକ, ଅଭିଷେକ ନାୟକ, କ୍ଷୀରୋଦ କୁମାର ନାୟକ, ସଞ୍ଜୟ କୁମାର ନାୟକ, ଫିରୋଜ କୁମାର ନାୟକ ଦେବଜିତ ଜେନା, ସୂର୍ଯ୍ୟନାରାୟଣ ସ୍ୱାଇଁ ଓ ଅକ୍ଷୟ କୁମାର ପରିଡା ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ମାନେ ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଗ୍ରାମ୍ୟ ଶ୍ମାଶନ ରେ ଅନ୍ତେଷ୍ଟକ୍ରିୟା ସମୟରେ ତାଙ୍କ ପରିବାର ଓ ଜ୍ଞ୍ୟାତିକୁଟୁମ୍ବ ଦିବାକର ନାୟକ, ଭାସ୍କର ଚନ୍ଦ୍ର ନାୟକ, ସରୋଜ ନାୟକ ଓ ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲାବେଳେ ବଡପୁଅ ଭାଗବତ ନାୟକ ( ବାବୁଲା ) ମୁଖାଗ୍ନି ଦେଇଥିଲେ l