June 9, 2026

ଅଲ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ୍ କର୍ମଚାରୀ ମହାସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

WhatsApp Image 2025-12-14 at 6.37.40 PM
Share

ପୁରୀ -ଆଜି ୟୁଥ୍ ହଷ୍ଟେଲ, ପୁରୀ ଠାରେ ଅଲ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ୍ କର୍ମଚାରୀ ମହାସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସାଥୀ ପ୍ରବୋଧ କୁମାର ମିଶ୍ର, ସହ ସମ୍ପାଦକ , ଅଲ୍ ଇଣ୍ଡିଆ କୋଅପେରେଟିଭ ବ୍ୟାଙ୍କ୍ ମହାସଂଘ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକ କୁ ସମ୍ମିଳିତ ପୁରୀନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ୍, ପୁରୀ ର ସଭାପତି ଶ୍ରୀଯୁକ୍ତ କିଶୋର କୁମାର ଛୋଟରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ , ନିଜ ବକ୍ତବ୍ୟ ରେ ରାଜ୍ୟ ର ସମସ୍ତ ସମବାୟ ବ୍ୟାଙ୍କ୍ ଗୁଡ଼ିକୁ ରାଜନୀତି ମୁକ୍ତ କରିବା ସହିତ ବ୍ୟାଙ୍କ୍ ଗୁଡ଼ିକର ଉତ୍ତରତ୍ତୋର ଉନ୍ନତି ନିମନ୍ତେ ସମସ୍ତ କର୍ମଚାରୀ ମାନଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ନିଜର ଅଭିଭାଷଣ ରେ ମତବ୍ୟକ୍ତ କରିଥିଲେ ।ଅନ୍ୟତମ ଅତିଥି ଶ୍ରୀଯୁକ୍ତ ସାରଥୀ ଶତପଥୀ , ସମବାୟ ବ୍ୟାଙ୍କ୍ ର କର୍ମଚାରୀ ମାନଙ୍କ ଆପ୍ରାଣ ଉଦ୍ୟମ ଓ ପ୍ରଚେଷ୍ଟା ଯୋଗୁଁ , ରାଜ୍ୟ ର ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଗୁଡ଼ିକ ଲାଭ ରେ ଚାଲୁଥିବା ସମୟରେ , ଏଥି ସହ ସମସ୍ତ ସହବନ୍ଧିତ ସମିତି ଗୁଡ଼ିକୁ ପ୍ରତି ବର୍ଷ ଲାଭାଂଶ ପ୍ରଦାନ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକ ମାଧ୍ୟମରେ ଋଣ ଲଗାଣ କରୁଛନ୍ତି ।ମହାସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମହାନ୍ତି ବିବରଣୀ ପାଠ କରିବା ସହିତ, ଜାତୀୟ ସ୍ତରରେ ହୋଇଥିବା ନିମ୍ନ ଲିଖିତ ନିଷ୍ପତ୍ତି ଗୁଡ଼ିକ ଉପରେ ନିଜର ବକ୍ତବ୍ୟ ରଖିଥିଲେ l ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା କେନ୍ଦ୍ର ସମବାୟ ଗୁଡ଼ିକୁ ପୃଥକ କରି ପ୍ରତି ଜିଲ୍ଲା ରେ ଗୋଟିଏ ଲେଖାଏଁ କେନ୍ଦ୍ର ବ୍ୟାଙ୍କ୍ ସ୍ଥାପନ କରିବା ନିମନ୍ତେ ସରକାର ଙ୍କ ନିଷ୍ପତ୍ତି କୁ ବିରୋଧ କରିବା ସହିତ ସମସ୍ତ ସମବାୟ ବ୍ୟାଙ୍କ୍ ଗୁଡ଼ିକୁ ରାଜ୍ୟ ସମବାୟ ବ୍ୟାଙ୍କ୍ ସହ ସମ୍ମିଶ୍ରଣ କରି ଗୋଟିଏ ରାଜ୍ୟ ଗୋଟିଏ ସମବାୟ ବ୍ୟାଙ୍କ୍ କରିବା l ସମସ୍ତ ସମବାୟ ବ୍ୟାଙ୍କର କର୍ମଚାରୀ ମାନଙ୍କ ନିମନ୍ତେ ଉଚିତ ପେନସନ ପ୍ରଦାନ ପ୍ରଣାଳୀ କାର୍ଯ୍ୟକାରୀ କରିବା l ସମବାୟ ବ୍ୟାଙ୍କ୍ ର ଋଣ ଖିଲାପକାରି ଙ୍କ ବିରୁଦ୍ଧ ରେ ସରକାରଙ୍କ ଦ୍ଵାରା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା
l ସମବାୟ ବ୍ୟାଙ୍କ୍ ତଥା ପ୍ରାଥମିକ ସମବାୟ ସମିତି ଗୁଡ଼ିକ ଦ୍ଵାରା ପର୍ଯ୍ୟାପ୍ତ ପରିମାଣ ର ସ୍ୱଳ୍ପ କାଲୀନ କୃଷି ଋଣ ଲଗାଣ ନିମନ୍ତେ ନାବାର୍ଡ ଦ୍ୱାରା ସମବାୟ ବ୍ୟାଙ୍କ୍ ଗୁଡ଼ିକୁ ସମ୍ପୂର୍ଣ୍ଣ ମାତ୍ରା ର ଋଣ ଯୋଗାଣ ଦାବି l ସମବାୟ ବ୍ୟାଙ୍କ୍ ସ୍ତରରେ ବଢ଼ି ଚାଲିଥିବା ଋଣ ଅସୁନ୍ତଳନ ର ପରିମାଣ କମାଇବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବା ଓ ଉକ୍ତ ଅର୍ଥ କୁ ସରକାର ଭରଣା କରିବା ନିମନ୍ତେ
ସମବାୟ ବ୍ୟାଙ୍କ୍ ଗୁଡ଼ିକୁ ରାଜନୈତିକ ଓ ପ୍ରାଶାସନିକ ହସ୍ତକ୍ଷେପ ରୁ ମୁକ୍ତ କରିବା ଇତ୍ୟାଦି
ଏହି ସବୁ ସମସ୍ୟାର ପ୍ରତିକାର କରାନଗଲେ ଆଗାମୀ ଦିନରେ ସାରା ଦେଶ ରେ ସମବାୟ ବ୍ୟାଙ୍କ୍ ର କର୍ମଚାରୀ ମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ ବୋଲି ସ୍ଥିର କରାଯାଇଛି । ଉକ୍ତ ଆଲୋଚନା ରେ ବିଭିନ୍ନ କେନ୍ଦ୍ର ସମବାୟ ବ୍ୟାଙ୍କର ସାଥୀ ଯଥା ଅନୁଗୁଳର ମନଜିତ୍ ମହାନ୍ତି, ଆସ୍କର ଯୋଗେଶ ତ୍ରିପାଠୀ, ବ୍ରହ୍ମପୁର ର ପବିତ୍ର ମୋହନ ପଲେଇ , ବୌଦ୍ଧ ର ସୌମ୍ୟଜିତ୍ ନାୟକ , ବାଙ୍କୀ ର ଚିତ୍ତ ରଞ୍ଜନ ସାମନ୍ତରାୟ, ଭବାନୀ ପାଟଣା ର ଚନ୍ଦ୍ର ମଙ୍ଗରାଜ , ବଲାଙ୍ଗୀର ର ରଞ୍ଜନ କୁମାର ମିଶ୍ର , କେଉଁଝର ର ରଶ୍ମି ରଞ୍ଜନ ଜେନା , ଖୋର୍ଦ୍ଧା ର ସନ୍ଦୀପ କୁମାର ପଟ୍ଟନାୟକ , ମୟୂରଭଞ୍ଜ ର ରବି ଅଗ୍ରୱାଲ , ନୟାଗଡ଼ ର ବଟକୃଷ୍ଣ ବେହେରା , ସୁନ୍ଦରଗଡ଼ ର ବିମଳା କୁମାର ବୋଷ ଓ ପୁରୀ ରୁ ସାଥୀ କାଳୀ ପ୍ରସାଦ ସାମନ୍ତରାୟ ଇତ୍ୟାଦି ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଉପରେ ନିଜର ମତାମତ ପ୍ରଦାନ ପୂର୍ବକ ବୈଠକ ରେ ନିଆଯାଇଥିବା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ସହମତି ପ୍ରକାଶ କରିଥିଲେ l ସର୍ବ ଶେଷରେ ପୁରୀ ଶାଖା ସଂଘ ର ସାଧାରଣ ସମ୍ପାଦକ ସାଥୀ ଲକ୍ଷ୍ମୀନାରାୟଣ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ବୈଠକ କୁ ସାଙ୍ଗ କରାଯାଇଥିଲା ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed