April 27, 2026

ଗଜପତି:- ସିୟୁଟିଏମ୍: ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ସଚେତନତା କାର୍ଯ୍ୟକଳାପ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ମଧୁମେହ ଦିବସ ପାଳିତ

IMG-20251114-WA0050
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍)ର ପୁରୁଷ ଏବଂ ମହିଳା ମେଡିସିନ୍ ୱାର୍ଡଗୁଡ଼ିକ “ଜୀବନ ପର୍ଯ୍ୟାୟରେ ମଧୁମେହ” ବିଷୟବସ୍ତୁ ଉପରେ ଏକ ସଫଳ ବିଶ୍ୱ ମଧୁମେହ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟତଃ , ରୋଗୀ ଏବଂ କର୍ମଚାରୀ ମାନଙ୍କୁ ମଧୁମେହ ପରିଚାଳନା , ନିବାରଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ବିଷୟରେ ଶିକ୍ଷା ଦେବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

ଏହି କାର୍ଯ୍ୟକ୍ରମକୁ ମିସ୍ ଶୁଭଶ୍ରୀ ପାଣିଗ୍ରାହୀ ଏବଂ ମିସ୍ ଟି: ସୁନିତା’ଙ୍କ ଦ୍ୱାରା ସଂଯୋଜିତ କରା ଯାଇଥିଲା ଏବଂ ଛାତ୍ର ସଂଯୋଜକ ବିମଲେଶ କୁମାର ଜେନା ଏବଂ ଜି.କାଞ୍ଚନା କାର୍ଯ୍ୟକଳାପ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ତଦାରଖ କରିଥିଲେ। ସଚେତନତା କାର୍ଯ୍ୟକ୍ରମର ପଦକ୍ଷେପରେ ସିବା ବେପାରୀଙ୍କ ଦ୍ୱାରା ଲକ୍ଷଣ ଏବଂ ସଙ୍କେତ ଉପରେ ପୋଷ୍ଟର ଉପସ୍ଥାପନା ଏବଂ ଭଗବାନଙ୍କ ଦ୍ୱାରା ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟ ଶିକ୍ଷା , ଅନ୍ୟାନ୍ୟ ଆନ୍ତରିକ ଅଧିବେଶନ ଅନ୍ତର୍ଭୁକ୍ତ ଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ଅଂଶଗ୍ରହଣକାରୀ ଉପକୃତ ହୋଇଥିଲେ । ନିୟମିତ ତଦାରଖ , ସୁସ୍ଥ ଖାଦ୍ୟ ଅଭ୍ୟାସ ଏବଂ ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି କରା ଯାଇଥିଲା।

ଏହି ପ୍ରୟାସଟି ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs) ୩ , ୪ , ୧୦ ଏବଂ ୧୭ ସହିତ ସମନ୍ୱିତ , ଉତ୍ତମ ସ୍ୱାସ୍ଥ୍ୟ , ଶିକ୍ଷା , ଅସମାନତା ହ୍ରାସ ଏବଂ ସମ୍ପ୍ରଦାୟ କଲ୍ୟାଣ ପାଇଁ ସହଭାଗୀତାକୁ ପ୍ରୋତ୍ସାହିତ କରିଥିଲ।

ଏହି କାର୍ଯ୍ୟକ୍ରମ’ଟି ମୁଖ୍ୟତଃ ଭାବେ ରୋଗୀ ଏବଂ କର୍ମଚାରୀ ମାନଙ୍କ ସକାରାତ୍ମକ ପ୍ରତିକ୍ରିୟା ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ମଧୁମେହ ମୁକାବିଲା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉନ୍ନତିରେ ସମ୍ପ୍ରଦାୟ-ଆଧାରିତ ହସ୍ତକ୍ଷେପର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରା ଯାଇଥିଲା।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————