ଫସିଲା ଲକ୍ଷ୍ମୀ ବସ, ଯାତ୍ରୀ ହନ୍ତସନ୍ତ …
ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଠାରୁ କୂଅପଦା କୁ ପ୍ରତିଦିନ ଚାଲୁଥିବା ଲକ୍ଷ୍ମୀ ବସ ଖରାପ ରାସ୍ତା ଯୋଗୁ ଖାଲ ରାସ୍ତାରେ ପଡି ଆଉ ଉଠି ପାରିନଥିଲା ତେଣୁ ଯାତ୍ରୀମାନେ ବ୍ରହ୍ମଗିରି ଆସିବାପାଇଁ ବହୁତ କଲବଲ ହୋଇଥିଲେ l ଦୀର୍ଘବର୍ଷ ହେବ ବଡବେଣାକୁଦି ଠାରୁ କୂଅପଦା ପର୍ଯ୍ୟନ୍ତ ରାସ୍ତା ଠିକ ନଥିବାରୁ ଘରୋଉ ବସ ମାଲିକ ବସ ଚଳାଚଳ ବନ୍ଦ କରିଦେଇଥିବାବେଳେ ସରକାରୀ ବସ ଲକ୍ଷ୍ମୀବସ ଚଳାଚଳ କରୁଅଛି l ସ୍ଥାନୀୟ ଯାତ୍ରୀଙ୍କ ପାଇଁ ଏହି ଲକ୍ଷ୍ମୀବସ ସାହାରା ପାଲଟିଥିବା ବେଳେ ବାରମ୍ବାର ଏହିବସ ଖରାପ ରାସ୍ତାରେ ଫସି ରହିବା ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି l ଏଠାରେ ପ୍ରଶ୍ନ ଆସୁଛି ଯେ ଦୀର୍ଘବର୍ଷ ହେବ ଏହି ରାସ୍ତା କାର୍ଯ୍ୟ କଣ ପାଇଁ ଅଟକିଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
