ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ବରିଷ୍ଠ ନାଗରିକ ଙ୍କ ଆର୍ଥିକ ସଚେତନତା ଶିବିର ଅନୁଷ୍ଠିତ

ଛତ୍ରପୁର ତା ୧୪/୧୧/୨୫(ଅରୁଣ କୁମାର ପଣ୍ଡା) ଗଞ୍ଜାମ ଜିଲ୍ଲାପାଳଙ୍କ ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ସ୍ଥାନୀୟ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ସହାୟକ ଜିଲ୍ଲାପାଳ ସୁଦାମ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ବରିଷ୍ଠ ନାଗରୀକଙ୍କ ନିମନ୍ତେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋଷାଗାର ଅଧିକାରୀ କୁମୁଦ ରଞ୍ଜନ କଁଅର ମୁଖ୍ୟ ଅତିଥିଭାବେ, ଅତିରିକ୍ତ କୋଷାଗାର ଅଧିକାରୀ ସନ୍ଧ୍ୟାରାଣୀ ପଟ୍ଟନାୟକ, ଡାକସେବା ବିଭାଗୀୟ ଉପ ଅଧିକାରୀ ସିଏଚ. ଜବାହାର ରାଓ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ସମ୍ପାଦକ ସୋମନାଥ ସାହୁ ଉପସଭାପତି କବି ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇଥିଲେ l ବିଭାଗୀୟ ଅଧିକାରୀ ମାନେ ବରିଷ୍ଠ ନାଗରୀକଙ୍କ ସଞ୍ଚିତ ପାଇଁ ଉଦ୍ଧିଷ୍ଟ ଆର୍ଥିକ ରାଶିର ନିରାପତା ସଞ୍ଚୟ ବିଷୟରେ ଆଲୋକପାତ କରିଥିଲେ l ସର୍ବଦା ନିଜ ନିଜ ସଞ୍ଚତ ରାଶିର ସଠିକ୍ ବିନିଯୋଗ ନିମନ୍ତେ ସଚେତନତା ରହିବାପାଇଁ ସୁଦାମ କୁମାର ସ୍ୱାଇଁ ନିଜ ବକ୍ତବ୍ୟରେ ଉଦାହରଣ ସହ ଜଣାଇଥିଲେ l ବିଶ୍ୱମ୍ବର ରଥ, ସନ୍ତୋଷ ବଡ଼ତ୍ୟା, କିଶୋର ଚନ୍ଦ୍ର ପାଢ଼ୀ, ନିରଞ୍ଜନ ତ୍ରିପାଠୀ, ଅସିତ ପଟ୍ଟନାୟକ, ରବିନ୍ଦ୍ର ନାଥ ଦାସ ଏବଂ ଅନ୍ୟାନ୍ୟ ପଚାଶ ଜଣରୁ ଉର୍ଦ୍ଧ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନିମନ୍ତେ ମୋନାଲିସା ଦାସ, କନିଷ୍ଠ ରାଜସ୍ବ ସହାୟକ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଥିଲେ l ପ୍ରଶାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l
