ସେଣ୍ଟ ଜାଭିଅର୍ସ ପବ୍ଲିକ ସ୍କୁଲ ରେ ଶିଶୁ ଦିବସ ପାଳିତ …
ତିର୍ତ୍ତୋଲ –ତା 14/11/2025 ତିର୍ତ୍ତୋଲ ବ୍ଲଜ ମୁଳିସିଂହ ସହର ହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଗତ ଶୁକ୍ରବାର ଦିନ ପୂର୍ବାହ୍ନ ରେ ଶିଶୁଦିବସ – 2025 ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା ଙ୍କ ସଭାପତିତ୍ବ ରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଅନୁଷ୍ଠାନ ର ନିର୍ଦ୍ଦେଶକ ବିକ୍ରମ ଜେନା ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ବେହେରା ଯୋଗଦେଇ, ଭାରତବର୍ଷ ର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁ ନିଜର ଜନ୍ମଦିନ କୁ ଶିଶୁଦିବସ ଭାବେ ପାଳନ କରିବା ପାଇଁ ଉତ୍ସର୍ଗ କରିଥିବାରୁ ସେହି ଦିନ ଠାରୁ ଆମେ ଏହି ଶିଶୁଦିବସ ପାଳନ କରିଆସୁଅଛୁ l ତାଙ୍କର ନିତି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଏହି ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିଲା l ସୁଦେଷ୍ଣl ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମଣ୍ଡକ, ସନ୍ଧ୍ୟାରାଣୀ ଶାସମଲ, ମିନତୀ ଦାସ ଓ ପ୍ରିୟଙ୍କା ସେଠି ପ୍ରମୁଖ ଶିକ୍ଷୟତ୍ରୀ ଏହି ଆଲୋଚନା ରେ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ଶିକ୍ଷୟତ୍ରୀ ଯଶସ୍ବୀ ଯଶ୍ମିନୀ ବେହେରା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ସଭା ପୂର୍ବରୁ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତଯୋଗୀତା ରେ ଅଂଶଗ୍ରହଣ କରିଥିବା, କୃତି ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
