March 10, 2026

ଗଜପତି ଜିଲ୍ଲା କାଶୀନଗର ବ୍ଲକର ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ 

IMG-20251114-WA0026
Share

 

 

ପାରଳାଖେମୁଣ୍ଡି:୧୪/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର କାଶୀନଗର ବ୍ଲକ ପ୍ରେସ୍ କ୍ଲବ୍ ସଦସ୍ୟ ତଥା ଜଣାଶୁଣା ସାମ୍ବାଦିକ ତାମଡା କ୍ରୀଷ୍ନାଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି. ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ହୋଇଥିଲା. ତାଙ୍କ ପରିବାର ସଦସ୍ୟ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ. ଏକାଧିକ ଓଡ଼ିଆ ଦୈନିକର କାଶୀନଗର ବ୍ଲକର ପ୍ରତିନିଧି ଭାବେ ସେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ. ସମାଜ ସେବା କ୍ଷେତ୍ରକୁ ବି ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା. କର୍କଟ ରୋଗ ତାଙ୍କ ଅକାଳ ମୃତ୍ୟୁର କାରଣ ବୋଲି ଜଣାପଡିଛି. ଏହାକୁ ନେଇ କାଶୀନଗରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସ୍ଥାନୀୟ ନାଗରିକ ମହାସଭା, ପ୍ରେସ୍ କ୍ଲବ୍ , ରଇତ ସଙ୍ଘ ଓ ଅନ୍ୟାନ୍ୟ ବହୁ ସଂଗଠନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି. ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଙ୍ଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ସଂଘର ସଦସ୍ୟ ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖଙ୍କ ସମେତ ଜିଲ୍ଲାର ବହୁ ସାମ୍ବାଦିକଙ୍କ ସମେତ ବହୁ ରାଜନେତା ଓ ବୁଦ୍ଧିଜୀବୀ ଶୋକ ବ୍ୟକ୍ତ କରିଛନ୍ତି.