July 6, 2024

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଶିଶୁ ଦିବସ ପାଳନ

Share

 

 

(ନବରଙ୍ଗପୁର ଜିଲ୍ଲା ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର,୧୪/୧୧( ଆ. ପ୍ର ) ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡ ଠାରେ ଶିଶୁ ଦିବସ କୁ ନେଇ ଏକ ଆଈନ ସଚେତନା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡ ର ପିଲାମାନେ ଓ ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜର୍ଜ (POCSO Act) ଶ୍ରୀମତୀ ପ୍ରଣତୀ ସାହା, ମଞ୍ଚାସୀନ ହୋଇ, ପିଲା ମାନଙ୍କ ପାଇଁ ଥିବା ବିଭିନ୍ନ ଆଈନ ବିଷୟରେ ବୁଝେଇ କହିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଜିଲ୍ଲା ଆଇନ ସେବା ପ୍ରାଧିକରଣର, ନବରଙ୍ଗପୁର ସଚିବ ଶ୍ରୀଯୁକ୍ତ ଜନକ ରାଉତ, ଶ୍ରୀମତୀ ଅଜନ୍ତା ସୁଭଦର୍ଶିନୀ ଅଧକ୍ଷ୍ୟା ଜିଲ୍ଲା ଶିଶୁ କଲ୍ୟାଣ ସମିତି, ନବରଙ୍ଗପୁର, ଜିଲ୍ଲା ଆଈନଜୀବି ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ତପନ ସିଂହ, ଜିଲ୍ଲା ପରାମର୍ଶଦାତା ଜିଲ୍ଲା ଶିଶୁ ସୁରକ୍ଷା ସମିତି, ନବରଙ୍ଗପୁର ଶ୍ରୀମତୀ ପ୍ରଭାସିନୀ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଶ୍ରୀମତୀ କୁନିମଣୀ ସ୍ଵାଇଁ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର ଧକ୍କଡ ପ୍ରମୁଖ ଯଗୋଦେଇ ପିଲା ମାନଙ୍କ ପାଇଁ ଥିବା ବିଭିନ୍ନ ଆଈନ ବିଷୟରେ ସଚେତନ କରାଇ ଥିଲେ । ଶେଷରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡର ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡ ଦ୍ଵାରା ପରିଚାଳନା କରାଯାଇଥିଲା ।

You may have missed