July 6, 2024

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ 

Share

ବୁଗୁଡ଼ା : ତା ୧୪/୧୧/୨୩ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ କୃଷି ଅଧିକାରୀ ପ୍ରସନ୍ନ କୁମାର ଦାଶ ଓ ଆସ୍କା ଶିଶୁ ମନ୍ଦିରର ଆଚାର୍ଯ୍ୟ ସୁଧୀର ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଶିଶୁ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ସାଙ୍ଗକୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସେହିପରି ସ୍ଥାନୀୟ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ , ନିୟୁ ଏରା ପବ୍ଲିକ୍ ସ୍କୁଲ , ପିପୁଲ୍ସ ହାଇସ୍କୁଲ , ବୁଦ୍ଧଗିରି ବିଦ୍ୟାପୀଠ , ସାଇ ସରସ୍ବତୀ ଶିଶୁ ମନ୍ଦିର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଅନୁଶିକ୍ଷଣ କେନ୍ଦ୍ର ଗୁଡିକରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଅନ୍ୟପକ୍ଷରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ବାର୍ଷିକ ଶିଶୁ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

You may have missed