July 6, 2024

ଗଜପତି:- ଗଜପତି ଜିଲ୍ଲା’କୁ ମରୁଡି ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା ଦାବିରେ ଏଆଇକେଏମଏସ: ପକ୍ଷ’ରୁ ବିଶାଳ ଗଣ ବିକ୍ଷୋଭ

Share

ଗଜପତି:- ଗଜପତି ଜିଲ୍ଲା’କୁ ମରୁଡି ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା ଦାବିରେ ଏଆଇକେଏମଏସ: ପକ୍ଷ’ରୁ ବିଶାଳ ଗଣ ବିକ୍ଷୋଭ
———————————————-
ଗଜପତି ଜିଲ୍ଲା’କୁ ମରୁଡିଗ୍ରସ୍ତ ଘୋଷଣା, ଭୂମିହୀନ’ଙ୍କୁ ଜମି, ଆଦିବାସୀ ଓ ଅନ୍ୟ ବନଜୀବି’ଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସମେତ ବିଭିନ୍ନ ଦାବୀ ନେଇ ଆଜି ଅଖିଳ ଭାରତ କିଶାନ୍ ମଜଦୁର ସଭା ଗଜପତି ଜିଲ୍ଲା କମିଟି ପକ୍ଷ’ରୁ ଏକ ବିଶାଳ ରାଲି ଓ ଗଣ ବିକ୍ଷୋଭର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆଜି ସ୍ଥାନୀୟ ନୂଆ ବସଷ୍ଟାଣ୍ଡ’ରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଶେଷରେ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସଙ୍ଗଠନ’ର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର’ଙ୍କ ଅଧ୍ୟକ୍ଷତା’ରେ ଅନୁଷ୍ଟିତ ଏହି ସଭାରେ ଏଆଇକେଏମଏସ: ଜାତୀୟ ସମ୍ପାଦକ ଶ୍ରୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଚଳିତ ବର୍ଷ ଗଜପତି ଜିଲ୍ଲା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦେଖା ଦେଇଥିବା ବର୍ଷା ଭାବ ଜନିତ ମରୁଡି’କୁ ମଣିଷ-କୃତ ଓ ସରକାର-କୃତ ବୋଲି କହିଥିଲେ । ଯଦି ପଞ୍ଜାବରେ ମୋଟ ଚାଷଜମି’ର ୯୭% ଜଳସେଚିତ ହୋଇ ପାରୁଥିବା ବେଳେ ଓଡ଼ିଶା’ରେ ଆମ ଶାସକ ମାନେ ଗତ ୭୫ ବର୍ଷ ମଧ୍ୟରେ ମାତ୍ର ୩୪% ଜମିକୁ ହିଁ ଜଳସେଚିତ କରିପାରିବା ଲଜ୍ଜାଜନକ ବୋଲି କହିଥିଲେ। ।
ଅତଏବ ବ୍ୟାପକ ଜଳସେଚନ ହିଁ ମରୁଡି’କୁ ସମାପ୍ତ କରିପାରିବ ଏବଂ ସେଥିପାଇଁ ଦୀର୍ଘମିଆଦି ଯୋଜନା କରିବାକୁ ସେ ଦାବୀ କରିଥିଲେ । ସେହିପରି ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ବାର୍ଦ୍ଧକ୍ୟ , ବିଧବା ଓ ଭିନ୍ନକ୍ଷମ ମାନଙ୍କ ଭତ୍ତା ବାବଦରେ ମାସିକ ୩୦୦୦ ଟଙ୍କା ଦେଉଥିବା ବେଳେ ଓଡ଼ିଶା ସରକାର ଦେଶରେ ସବୁଠାରୁ କମ୍ ପେନସନ ମାସିକ ୫୦୦ ଟଙ୍କା ଦେବା ଲଜ୍ଜାଜନକ ବୋଲି କହିଥିଲେ ।
ରାଜ୍ୟ’ର ନବୀନ ପଟ୍ଟନାୟକ’ଙ୍କ ସରକାର ବଡ ବଡ କମ୍ପାନୀ’କୁ ଶସ୍ତାରେ ଜମି ଦେବା ପାଇଁ ଜମିବ୍ୟାଙ୍କ କରି ସବୁ ସରକାରୀ ଜମି’କୁ ସଂରକ୍ଷିତ କରୁଥିବା ବେଳେ ଭୂମିହୀନ ଗରିବ ଲୋକ’ଙ୍କୁ ସରକାରୀ ଜମି ପାଇବାରୁ ବଞ୍ଚିତ କରିବା ନିନ୍ଦନୀୟ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ସଂଗଠନ ଆଇଏଫଟିୟୁ:ର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ , ଏଆଇକେଏମଏସ: ଜିଲ୍ଲା କମିଟି ସଭ୍ୟ ତଥା ଗଙ୍ଗାବାଡ ସରପଂଚ ଶ୍ରୀ ହରିବନ୍ଧୁ କାର୍ଯୀ , ଶ୍ରୀ ସମ୍ଵୁରା ମଳିକ , ଶ୍ରୀ କାଡୁକା ଶବର , ଶ୍ରମିକ ନେତା ଶ୍ରୀ କାରୁକା ଶବର, ସାମାଜିକ ନ୍ୟାୟ ଆନ୍ଦୋଳନ’ର ନେତା ଶ୍ରୀ ବାଣି ପ୍ରସାଦ ମାଳି , ମହିଳା ନେତ୍ରୀ ନିୟାପଲ୍ଲୀ ଶବର ଓ ଗଣେଶ୍ରୀ ଶବର ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସର’ରେ ମରୁଡି ଘୋଷଣା ସହିତ ଭୂମିହୀନ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ , ଆଦିବାସୀ’ଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ , ପେନସନ’କୁ ମାସିକ ୫ ହଜାର ଟଙ୍କା ବୃଦ୍ଧି କରିବା, ମନରେଗା’ରେ କାମ ଯୋଗାଇ ଦେ , ଟସର ସାଥୀ ଓ ଟସର ମିତ୍ରମାନଙ୍କ ବକେୟା ଦରମା ପ୍ରଦାନ କରିବା ପ୍ରଭୃତି ଆଠ ଦଫା ଦାବି ନେଇ ଏଆଇକେଏମଏସ:’ର ଏକ ପ୍ରତନିଧି ଦଳ ଜିଲ୍ଲାପାଳ’ଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-

You may have missed