July 6, 2024

ଛେଲାଗଡ଼ ଅନୁସୁଚିତ ଜନଜାତି ହାଇସ୍କୁଲ ପଡ଼ିଆରେ ଶିଶୁ ଦିବସ ବା ନେହୁରୁ ଜୟନ୍ତୀ ପାଳନ–

Share

ଛେଲାଗଡ଼ ଅନୁସୁଚିତ ଜନଜାତି ହାଇସ୍କୁଲ ପଡ଼ିଆରେ ଶିଶୁ ଦିବସ ବା ନେହୁରୁ ଜୟନ୍ତୀ ପାଳନ–——

ଗଜପତି ଜିଲ୍ଲାର ଛେଲାଗଡଉଚ୍ଚ ବିଦ୍ୟାଳୟ ଠାରେ ବହୁ ଆଡ଼ମ୍ବରରେ ପାଳିତ ହୋଇଛି ଶିଶୁ ଦିବସ। ସକାଳ ୧୦ ଘଣ୍ଟା ସମୟରେ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଧର୍ମରାଜ ସାମଲ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ସେହି ବୈଠକରେ ଶିଶୁ ଦିବସ ଅବସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ସ୍ମୃତି କୁ ମନେ ପକେଇ ଛାତ୍ର ଛାତ୍ରୀ ଙ୍କର ଉଜ୍ୱଳମୟ ଭବିଷ୍ୟ କାମନା କରିବା ସହ ଛାତ୍ର ଜିବନରେ ଶ୍ରୁଙ୍ଖଳା ରଖିବା କୁ ଉପଦେଶ ଦେଇଥିଲେ ।ତତ୍ପରେ ୧୨ଘଣ୍ଟି କା ସମୟରେ ଖେଳ ପଡିଆରେ ଗଜପତି ଶିଶୁ ବିକାଶ ପ୍ରକଳ୍ପ (ଭାରତ) ର ଜିଲ୍ଲା ସଯୋଯକ ଗଜପତି ଲିମା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ରା.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ୍,ଛେଲାଗଡ଼ ସରପଞ୍ଚ ଡ଼ାଳିମ୍ବ ଗମାଙ୍ଗ, ଡ଼ାବରାଗୁଡ଼। ସରପଞ୍ଚ ଯିଖରୀୟ ରଇତ,ପ୍ରଧାନ ଶିକ୍ଷକ ଧର୍ମରାଜ୍ ସାମଲ୍,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶଶାଙ୍କ ଶେଖର ସୁବୁଦ୍ଧି, ସମିତି ସଭ୍ୟ ସୁଶ୍ରୀ ଶିବାନୀ ବେହେରଦଳାଇ,ତଥା ଗଜପତି ଶିଶୁ ବିକାଶ ପ୍ରକଳ୍ପ ର ସମସ୍ତ କାର୍ଯ୍ୟ କାରିଣୀ କମିଟି ର ସଦସ୍ୟ ଉପସ୍ଥିତ ଥିଲେ ।ଉଭୟ ପଞ୍ଚାୟତର ୨୦ଖଣ୍ଡ ଗ୍ରାମର ତଥା ମୋହନା ବ୍ଲକ୍ ର ପିଣ୍ଡିକି ପଞ୍ଚାୟତର ୫ଖଣ୍ଡ ଗ୍ରାମର ୫୦୦ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ବହୁ ଆଡ଼ମ୍ବରରେ ଶିଶୁ ଦିବସ ଟିକୁ ପାଳନ କରିଛନ୍ତି ।କୃତି ଛାତ୍ର ଛାତ୍ରୀ ଙ୍କୁ ପୁରଷ୍କାର ମଧ୍ୟ ବଣ୍ଟନ କରିଛନ୍ତି ।ଏହି ପରି ନିଆରା ଢଙ୍ଗରେ ଛେଲାଗଡ଼ ପଞ୍ଚାୟତରେ ପ୍ରଥମ ଥର ଶିଶୁ ଦିବସ ଟିକୁ ପାଳନ କରି ଶିଶୁ ମାନଙ୍କୁ ପ୍ରୋତ୍ସାହନ କରି ଥିବାରୁ ଗଜପତି ଶିଶୁ ବିକାଶ ପ୍ରକଳ୍ପ ର ସଯୋଯକ ଗଜପତି ଲ୍ଲିମା ଙ୍କୁ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ବିଶେଷ ସାଧୁବାଦ ଜଣାଇଥିଲେ ।ଗଜପତି ଶିଶୁ ବିକାଶ ପ୍ରକଳ୍ପ ର ମୁଖ୍ୟ ଆଭିମୁଖ୍ୟ ହେଲା ଯେ କୌଣସି ପରିବାର ର ପିଲା ପାଠ ପଢିବା ପାଇଁ ଅସୁବିଧା ହେଉଛି, କୌଣସି କାରଣ ବଶତଃ ସେ ପରିବାର ଅସୁବିଧା ହେଉଛି ସେହି ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ଆଣି ସାମିଲ କରି ସେମାନଙ୍କ ଭବିଷ୍ୟତ ଗଢ଼ିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ।

ରିପୋର୍ଟ:- ମୁକେଶ ପ୍ରଧାନ (ରା,ଉଦୟଗିରି)

You may have missed