March 13, 2026

ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ।

IMG-20231114-WA0020
Share

ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ।
ଅସ୍ତରଙ୍ଗ ,,ନଭେମ୍ବର ୧୪ ଶିଶୁ ଦିବସ ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ଅଧୀନ ପାଟଳଦା ଗ୍ରାମପଞ୍ଚାୟତ ର ସୁରେନ୍ଦ୍ର ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଜାଇ ଅଛି । ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ୩୫ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ବେହେରା, ଙ୍କ ଆବାହକ ତ୍ଵରେ ଆୟୋଜିତ ଏହି ମେଳାରେ , ବିଜ୍ଞାନ ଶିକ୍ଷକ ଲିଙ୍ଗରାଜ ପରିଡ଼ା,ଧନଞ୍ଜୟ ସ୍ବାଇଁ,,ସ୍ୱାଗତିକା ଦାସ,ଧୀରେନ୍ଦ୍ର ପ୍ରଧାନ,ପ୍ରକାଶ ଭୋଳ,ବିକାଶ ବେହୁରା,ଦମୟନ୍ତୀ ଦେଈ, ଆଦି ପ୍ରକଳ୍ପ ଗୁଡ଼ିକ ବୁଲି ପରୀକ୍ଷା ନିରେଖ୍ୟା କରିବା ପରେ ଦଶମ ଶ୍ରେଣୀର ଛାତ୍ର ସୌରଭ ସୌମରଞ୍ଜନ ସ୍ବାଇଁ ଙ୍କ ପ୍ରକଳ୍ପ ବିନା ଲାଇନରେ ବିଦୂତ ଶକ୍ତି ଉପ୍ତାଦନ ପ୍ରକଳ୍ପ ଟି ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ଯିବାପାଇଁ ବିଚାର ପତି ମାନଙ୍କ ଦ୍ଵାରା ମନୋନୀତ ହୋଇଥିଲା । ଏହିସବୁ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ବିଚିତ୍ରା ନନ୍ଦ ବିଶ୍ଵାଳ,ଅର୍ଚ୍ଚନା ସେଠୀ,ପ୍ରିୟ ଦର୍ଶିନି ସେନାପତି,ଅଜୟ ସାହୁ,ରବୀନ୍ଦ୍ର ସ୍ବାଇଁ ପ୍ରମୁଖ ।                                              ଦୁଃଶାସନ ନାୟକ ଅସ୍ତରଙ୍ଗ