July 6, 2024

ପରିବାର ବୋଝ ଆଗରେ ହାର ମାନିଛି ଶିଶୁ ଅଧିକାର

Share

ପରିବାର ବୋଝ ଆଗରେ ହାର ମାନିଛି ଶିଶୁ ଅଧିକାର

ଗୁଣପୁର – (ସୁରେନ୍ଦ୍ର ମହାନ୍ତି )ପଲ୍ଲୀ ଠାରୁ ଦିଲ୍ଲୀ ସବୁଠି ଆଜି ଖୁବ ଧୁମଧାମ ରେ ପାଳିତ ହେଉଛି ଶିଶୁ ଦିବସ । ଶିଶୁ ହସିଲେ ଦେଶ ହସିବ,ଶିଶୁର ପ୍ରଗତି ଦେଶର ଉନ୍ନତି ଏଭଳି କାନ କୁ ସୁନ୍ଦର ଶୁଭାଯାଉଥିବା ନାରା ବାଜିରେ ଗଗନ ପବନ ମୁଖରିତ ହେଉଛି । ଭାଷଣ ବାଜି ରେ ପ୍ରକମ୍ପିତ ହେଉଛି ପରିବେଶ । ଶିଶୁଙ୍କ ଗୁଣଗାନ କରିବାରେ ଆମେ ସମସ୍ତେ ବ୍ୟସ୍ତ । ହେଲେ ଆଜି ଆମେ ଏଭଳି ଦୃଶ୍ୟ ଦେଖେଇବୁ ଯାହା ଆପଣଙ୍କୁ ବିଚଳିତ କରିବ ।
ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଶଗଡା ଗ୍ରାମର ପ୍ରାଚୀ ଶବର । ବୟସ ୧୦ ବର୍ଷ । ଆଖପାଖ ରେ କୌଣସି କାମଧନ୍ଦା ନ ମିଳିବାରୁ ପ୍ରାଚୀର ବାପା ଓ ମା ଉଭୟେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲିଯାଇଛନ୍ତି । ଦାରିଦ୍ର୍ୟ ର ତାଡନା ରେ ଝିଅ ପ୍ରାଚୀର ପାଠପଢା ରେ ଏହି କାରଣରୁ ଡୋରି ପଡି ଯାଇଛି । ପାଠ ପଢିବା ପାଇଁ ଇଚ୍ଛା ଥିଲେ ବି ବିଦ୍ୟାଳୟ ପିଣ୍ଡା ମାଡି ନାହିଁ ପ୍ରାଚୀ । ସମ୍ପର୍କୀୟ ଙ୍କ ଘରେ ଝିଅକୁ ଛାଡି ପିତାମାତା ବାହାରକୁ କାମଧନ୍ଦା କରିବାକୁ ଯାଇଥିଲା ବେଳେ ବର୍ଷରେ ଥରେ ଘରକୁ ଆସନ୍ତି । ଏଭଳି ସ୍ଥଳେ ଶିଶୁଟିର ସୁନେଲି ଭବିଷ୍ୟତ ଦାଦନ ର ତାଡନା ରେ ଦଳି ମକଚି ହୋଇ ଯାଇଛି । ତେବେ ଆଜିର ଦିନରେ ବି ଆମେ ଶିଶୁକୁ ତା ଅଧିକାର ଦେଇ ପାରୁ ନ ଥିବା ବେଳେ ଶିଶୁ ଦିବସ ପାଳନ ର ଗୁରୁତ୍ୱ କୁ ଉପହାସ କରୁଛି ।

You may have missed