March 13, 2026

୭୦ତମ ନିଷ୍ଫଳ ଭାରତ ସମବାୟ ସପ୍ତାହ’ ୨୦୨୩ ଗଞ୍ଜାମ ଜିଲ୍ଲା ସମବାୟ ସଂଘ ତରଫରୁ ପତାକା ଉତ୍ତୋଳନ ଉତ୍ସବ ।

WhatsApp Image 2023-11-14 at 3.19.24 PM
Share

୭୦ତମ ନିଷ୍ଫଳ ଭାରତ ସମବାୟ ସପ୍ତାହ ଗୋପାଳପୁର-ବେଳାଭୂମି ଠାରେ ଅବସ୍ଥିତ ରାଜ୍ୟସ୍ତରୀୟ ଅନୁଷ୍ଠାନ ତରଫରୁ ଓଡିଶା ସମବାୟ ସମୃଦ୍ଧି ତାଲିମ କେନ୍ଦ୍ରରେ ସମବାୟ ପତାକା ଉତ୍ତୋଳନ କରାଯାଇଛି ।ଉଦବୋଧନ ଉତ୍ସବରେ ମୁଖ୍ୟ ଅତିଥୁ ରୂପେ ଓଡିଶା ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମୁଖ୍ୟ ବକ୍ତା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ ପଣ୍ଡା ଯୋଗଦେଇ
ସମସ୍ତ ସମବାୟ ଅନୁରାଗୀ ଓ ଶିକ୍ଷାନବୀଶ ମାନଙ୍କୁ ସମବାୟର ସମୁଚିତ ଉଦ୍ଭବରେ ଦେଶର ବିକାଶ ତ୍ୱରାନିତ ହୋଇପାରିବ ବୋଲି ପ୍ରେରଣା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମବାୟ ସଂଘର ଅଧ୍ୟକ୍ଷ ତଥା ଓଡିଶା ରାଜ୍ୟ ସମବାୟ ସଂଘ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ରଣା ପୌରୋହିତ୍ୟ କରିଥିଲେ । ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଅଜୟ ମହାରଣା, ଗଞ୍ଜାମ ଜିଲ୍ଲା ସମବାୟ ସଂଘ ନିର୍ଦ୍ଦେଶକ ଏ. ଜାନକୀ ରାମ, ଗୋପାଳପୁର ଏନ.ଏ.ସି. ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତି, ଗୋପାଳପୁର ଏନ.ଏ.ସି. ପୂର୍ବତନ ଅଧ୍ୟକ୍ଷ ଦିପକ କୁମାର ସାମନ୍ତ,ରଙ୍ଗେଇଲୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଅଜିତ ଦାସ,ବ୍ରହ୍ମପୁର ସହରାଞ୍ଚଳ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ କାଳୁ ପ୍ରଧାନ, ଗଞ୍ଜାମ ଜିଲ୍ଲା ସମବାୟ ସଂଘ ନିର୍ଦ୍ଦେଶକ ତୋଫାନ ଦଳାଇ, ସମବାୟବିତ ରାମ ପାତ୍ର,ପ୍ରକାଶ ରଣା ଯୋଗଦେଇଥିଲେ ।
ନିଜ ନିଜ ସମ୍ବୋଧନରେ ସମବାୟର ଅଭ୍ୟୁଦୟ କାମନା କରି ଆଶିଷ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଅନୁଷ୍ଠାନ ତରଫରୁ ଅନୁଷ୍ଠାନର ଅଧ୍ୟକ୍ଷ ଡି. କ୍ରିଷ୍ଣାନନ୍ଦ, ରାମ ମୋହନ ପାତ୍ର (କେନ୍ଦ୍ରର ଉପଦେଷ୍ଟା) ଓ କେନ୍ଦ୍ରର ଅଧ୍ୟାପିକା ମମତା ସାହୁ ଏବଂ ତାଲିମ ସହାୟକ ମଧୁସୂଦନ ରେଡ୍ଡୀ ଅନୁଷ୍ଠାନର ଭୂମିକା ସାମ୍ପ୍ରତିକ ସମୟରେ ଅନୁଷ୍ଠାନ ଉପୋରକ୍ତ ପ୍ରବୀଣ ସଞ୍ଜୋଜକଙ୍କ ମାଧ୍ୟମରେ ଜନସାଧାରଣ ଏବଂ ଶିକ୍ଷାନବୀଶ ମାନଙ୍କୁ ଆବଶ୍ୟକୀୟ ନେତୃତ୍ଵ ଗଠନ ଦିଗରେ ତାଲିମ ପ୍ରଦାନ କରୁଅଛନ୍ତି । ଏହି ଅନୁଷ୍ଠାନକୁ ଖୁବଶୀଘ୍ର ରାଜ୍ୟସ୍ତରୀୟ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରିବା ନିମନ୍ତେ ସମସ୍ତ ଅତିଥ୍ୟବୃନ୍ଦ ଗଭୀର ପ୍ରତିଶୃତି ପ୍ରଦାନ କରିଥିଲେ । ଆଶା କରାଯାଏ ନିକଟ ଭବିଷ୍ୟତରେ ଏହି ଅନୁଷ୍ଠାନ ଦକ୍ଷିଣ ଓଡିଶା ତଥା ସମଗ୍ର ରାଜ୍ୟରେ ଏକ ଉଜ୍ଜ୍ୱଳତମ ସମବାୟ ପ୍ରଶିକ୍ଷଣ ଅନୁଷ୍ଠାନ ରୂପେ ପ୍ରତୀୟମାନ ହେବ । ସର୍ବଶେଷରେ ସମବାୟବିତ ତୋଫାନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ । ଗୋପାଳପୁର ରୁ ପି କୃଷ୍ଣମୂର୍ତ୍ତି ରିପୋର୍ଟ