October 5, 2024

ଭିନ୍ନକ୍ଷମ ପିଲା ପାଳିଲେ ଶିଶୁ ଦିବସ

Share

ଭିନ୍ନକ୍ଷମ ପିଲା ପାଳିଲେ ଶିଶୁ ଦିବସ

(ନବରଙ୍ଗପୁର ଜିଲ୍ଲା ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର ସ୍ଥିତ ସ୍ବତନ୍ତ୍ର ବିଦ୍ୟାଳୟ ଆଶା କିରଣ ଠାରେ ଆନନ୍ଦ ଉଲ୍ଲାସ ସହ ପାଳନ ହୋଇ ଯାଇଛି ଶିଶୁ ଦିବସ। ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ଶିଶୁ ଙ୍କୁ ଅତି ଭଲ ପାଉଥିବା ସ୍ବର୍ଗତ ପଣ୍ଡିତ ଜବାହଲାଲ ନେହୁରୁ ଙ୍କ ଜନ୍ମ ଦିବସ ରେ ସମଗ୍ର ଭାରତ ବର୍ଷ ରେ ପାଳିତ ହୋଇ ଯାଇଛି ଶିଶୁ ଦିବସ। ଏହି ଅବସର ରେ ଆଶା କିରଣ ଅନ୍ତେବାସୀ ଭିନ୍ନକ୍ଷମ ପିଲା ମାନେ ମଧ୍ୟ ଖୁବ୍ ଆନନ୍ଦ ରେ ଶିଶୁ ଦିବସ ପାଳନ କରି ଥିଲେ। ଏହି ଅବସର ରେ ପିଲାମାନଙ୍କ ମଧ୍ୟ ରେ ନାଚ ଗୀତ ପ୍ରତିଯୋଗିତା ହୋଇଥିଲା। ନାଚ ରେ ସୁଶାନ୍ତ ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପୁସ୍ତମ ନାୟକ, ଓ ଶିବାନନ୍ଦ ମାଳି ଯଥାକ୍ରମେ ଦ୍ୱିତୀୟା ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହି ପରି ଗୀତ ରେ ଫୁଲମନ୍ ଭତ୍ରା,ଜୟଦେବ ଗଣ୍ଡ, ଓ ନିହାର ହରିଜନ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ,ତୃତୀୟ ସ୍ଥାନ ମଣ୍ଡନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ସହର ର ପ୍ରତିଷ୍ଠିତ ବ୍ୟକ୍ତି ବିଶିଷ୍ଟ ଶିକ୍ଷାବିତ୍ ନିରଞ୍ଜନ ମିଶ୍ର ଯୋଗ ଦେଇ ପିଲାଙ୍କ ସହ ନାଚିବା ସହ ପିଲାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଏବଂ ପିଲାମାନଙ୍କୁ ଆଗାମୀ କାଲିର ଭବିଷ୍ୟତ ବୋଲି କାହିଁ ପାଠ ପଢ଼ୀ ମଣିଷ ପରି ମଣିଷ ହେବାକୁ ବୁଝାଇ ଥିଲେ ।ସମାଜ ରେ ସବୁ ପିଲାଙ୍କ ଶିକ୍ଷା ନେବାରେ ସମାନ ଅଧିକାର ଅଛି ବୋଲି କହିଥିଲେ । ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ତାଙ୍କ ବକ୍ତବ୍ୟ ରେ ପିଲାମାନଙ୍କୁ ପରିଶ୍ରମ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ କହିଥିଲେ। ଶ୍ରୀ ବେହେରା ସ୍ଵାଗତ ଭାଷଣ ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟ ର ସମସ୍ତ ପିଲା ସହିତ କର୍ମଚାରୀ ଇନ୍ଦ୍ରମଣି ମଙ୍ଗରାଜ,ସନ୍ଧ୍ୟା ରାଣୀ ବେହେରା,ଶାନ୍ତି ପଣ୍ଡା,ପାର୍ବତୀ ଜାନି,ରଶ୍ମିତା ପ୍ରଧାନ,ଈଶ୍ୱର ବଞ୍ଜରା, ରଶ୍ମିତ ଧାନଫୁଲ ସହଯୋଗ କରିଥିଲେ।ଅନେକ ଅଭିଭାବକ ସହ ପିତା ମାତା ଆଜିର ଏହି ଶିଶୁ ଦିବସ ରେ ଯୋଗଦାନ କରି ଏହି ଉତ୍ସବ କୁ ପିଲାଙ୍କ ସହ ଗ୍ରୁପ ରେ ନାଚ କରି ପାଳନ କରିଥିଲେ।