June 18, 2026

ଗଞ୍ଜାମର କବିତାଘର ୧୦ମ ସାହିତ୍ୟ ଉତ୍ସବ ଆୟୋଜିତ.

IMG-20241014-WA0030
Share

 

ଓଡିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ,ବ୍ରହ୍ମପୁର ୨୦୨୪ ବର୍ଷ ନିମନ୍ତେ ୧୦ମ ସାହିତ୍ୟ ଉତ୍ସବ ଟାଟାବେଞ୍ଜ ଛକ କେ.ସି. ପବ୍ଲିକ ସ୍କୁଲ ସଭାଗୃହଠାରେ ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଅଛି ।

 

ଉତ୍ସବର ମୁଖ୍ୟ ସଂଯୋଜକ ଶ୍ରୀ ଭାଗୀରଥି ବେହେରାଙ୍କ ଆବାହନୀ ଏବଂ ଡ଼ା ରାଜେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ବରେ ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ ଯଥା ଅପର୍ଣ୍ଣା ମହାନ୍ତି, ପବିତ୍ର ମୋହନ ଦାଶ, ଅଧ୍ୟାପକ ଶଶାଙ୍କ ଚୂଡ଼ାମଣି, ଇଂ ସରୋଜ ମହାପାତ୍ର, ଅଶୋକ ମହାନ୍ତି, ସୁରେଶ କୁମାର ନାୟକ, ନଳିନୀକାନ୍ତ ନାୟକ, ମାନମୟୀ ରଥ, ବିଦେଶୀ ନାୟକ , ହୃଷିକେଶ ଗୌଡ଼, ମୀନା ଟହଲ, ଅରୁଣ କୁମାର ସାହୁ ଆଦି ନିଜର ବକ୍ତବ୍ୟ ରଖି ସମ୍ମାନୀତ ବ୍ୟକ୍ତିଙ୍କୁ ସମ୍ଭର୍ଦ୍ଧନା ସହ ବିଭିନ୍ନ ପୁସ୍ତକ ଉନ୍ମୋଚନ କରିଥିଲେ ।

 

ଅନୁଷ୍ଠାନର ମୁଖପତ୍ର ‘ଭାଗୀରଥୀ -କବିତାର ଗଙ୍ଗା ‘ , କାଶୀନଗର ସାହିତ୍ୟ ଉତ୍ସବ ‘ସ୍ମରଣିକା’ , ଶାରଦୀୟ ସଂଖ୍ୟା ‘ବିଶ୍ଵମୁକ୍ତି’ ସହ କବି ପ୍ରହଲ୍ଲାଦ ବେହେରାଙ୍କ ମୁଁ ଈଶ୍ୱର ଦେଖୁଛି, କବି ସହଦେବ ସ୍ୱାଇଁଙ୍କ ସୂକ୍ଷ୍ମଭାବ ଓ ସୂକ୍ଷ୍ମଭାବ, ଶୁଭସ୍ମିତା ତ୍ରିପାଠୀଙ୍କ ରାଧା ତୁମେ, ଜ୍ୟୋସ୍ନା ରାଣୀ ଦେବୀଙ୍କ ଦେବଯାନୀ ଓ ଚକର ଘାଇଁ, ଗଦାଧର ପାତ୍ରଙ୍କ ଦାରିଂବାଡ଼ି ଅଭୁଲାସ୍ମୃତି , ସୋମନାଥ ପଣ୍ଡାଙ୍କ ଝରଣା ,ଭାଗୀରଥି ବେହେରାଙ୍କ ଖଳନାୟକ ଆଦି ୧୦ ଖଣ୍ଡ ପୁସ୍ତକ ଉନ୍ମୋଚନ ସହ ୨୦୨୪ ବର୍ଷ ପାଇଁ ଘୋଷଣା ହୋଇଥିବା ଦଶ ଜଣ ସାହିତ୍ୟିକ ଯଥା କବି ଇଂ ସରୋଜ ମହାପାତ୍ର, କବି ଶେଷଦେବ ବେହେରା , କବି ଡା. ସହଦେବ ସ୍ଵାଇଁ , କବି ଜ୍ଞାନ ରଞ୍ଜନ ସ୍ଵାଇଁ, କବି ଇଂ ନଳିନୀକାନ୍ତ ନାୟକ ,କବୀ ଶ୍ରୀମତୀ ନର୍ମଦା ଦେବୀ , ପ୍ରକାଶକ ଶ୍ରୀ ଅଶୋକ ମହାନ୍ତି, ସମ୍ପାଦକ ଶଶାଙ୍କ ଚୂଡାମଣି, ଚିତ୍ରଶିଳ୍ପୀ ମାନମୟୀ ରଥ, ସ୍ବର୍ଗତ ବଳରାମ ପୂଜାରୀଙ୍କୁ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆଗଲା ।

 

ଓଡ଼ିଶା ଓ ଗଞ୍ଜାମ ଜିଲ୍ଲା ତରଫରୁ ୧୫୦ରୁ ଉର୍ଦ୍ଧ୍ୱ ସାହିତ୍ୟପ୍ରେମୀ ଯୋଗ ଦେଇଥିବା ବେଳେ ଟ୍ରଷ୍ଟି ତଥା ଉପଦେଷ୍ଟା କବି ଭାଗୀରଥି ପଣ୍ଡା, ଗୋପୀନାଥ ଦାଶ, ତପସ୍ଵିନୀ ମିଶ୍ର, ଜ୍ୟୋସ୍ନା ରାଣୀ ଦେବୀ, ସୌଜନ୍ୟ ସମ୍ପାଦିକା କବୀ ଜୟନ୍ତୀ ବେହେରା, ସହ ସମ୍ପାଦକ ଅଧ୍ୟାପକ ତ୍ରିଲୋଚନ ଦାସ ଓ କବି ସୁଦାମ ପାଣିଗ୍ରାହୀ , କବି ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ, ପ୍ରହଲ୍ଲାଦ ବେହେରା, ଆଦି ଆୟାଜନରେ ସହଯୋଗ ଦେବା ସହ କବିତା ପାଠ ସଂଯୋଜନା କରିଥିଲେ ।

You may have missed