November 15, 2024
Share

 

୧-କଟକରେ ଦୁର୍ଗାପୂଜା ଭସାଣୀ ପାଇଁ ପ୍ରସ୍ତୁତି, ଟ୍ରାଫିକ୍ କଟକଣା ଜାରି କଲା କମିସନରେଟ ପୋଲିସ।

 

୨-ଆସନ୍ତା ୨୪ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

 

୩-ଶ୍ରୀମନ୍ଦିର ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ କୁଡ଼ୁଆ ମାଗଣାରେ ଯୋଗାଇଦେବାକୁ ଯୋଜନା କରିଛନ୍ତି ସରକାର।

 

୪-ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ, ଗୁପ୍ତ ସୁଡ଼ଙ୍ଗ ଥିଲେ ଜଣାପଡିବ।

 

୫-ଅବିକଳ ସୁନା ଚେନ୍ ତିଆରି କରିବାକୁ କହି ମାଗୁଥିଲା, ମଉକା ଦେଖି ଝାମ୍ପି ନେଉଥିଲା,ଲୁଟେରାକୁ ଧରିବାରେ ସଫଳ ହୋଇଛି ଲିଙ୍ଗରାଜ ଥାନା ପୋଲିସ

 

୬-ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ଜଳିଗଲା ୧୫ରୁ ଅଧିକ ଦୋକାନ ।

 

୭-ଚଣ୍ଡିଖୋଲ ପୂଜା ମଣ୍ଡପ ବୁଲିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

 

୮-ଭଦ୍ରକ:ଦୁର୍ଗା ପୂଜାରେ ଅଘଟଣ, ଅଟୋକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ୬ ଗୁରୁତର।

 

୯-ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ! ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚାଞ୍ଚଲ୍ୟ।

 

୧୦-ଟାଙ୍ଗୀ ଥାନା ଦୀକ୍ଷିତପଡ଼ା:ଦୁଇ ଭାଇ କଳିରୁ ଫୁଟିଲା ଗୁଳି, ବଡ଼ ଭାଇକୁ ଗୁଳି ମାରିଲା ସାନ ଭାଇ।

 

୧୧-କେନ୍ଦୁଝର:ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ, ଘରେ ପୂଜାର୍ଚ୍ଚନା କରି ମଣ୍ଡପରେ କଲେ ଦୁର୍ଗା ମା’ଙ୍କ ଆରାଧନା।

 

୧୨-ଆଠଗଡ଼:ରଙ୍ଗିଲା ବାବାଙ୍କୁ ପୋଲିସ ଉଠାଇ ନେବା ଘଟଣା : ଆଶ୍ରମରେ ବନ୍ଦୀ ଶୁଆକୁ ଉଦ୍ଧାର କଲା ଆଠଗଡ଼ ବନ ବିଭାଗ।

 

୧୩-ଛତିଶଗଡ଼ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଛାଡପତ୍ର ପରେ ଶଶୁର ଘରେ ରହିପାରିବେନି ମହିଳା।

 

୧୪-ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀ ହତ୍ୟା ମାମଲାର ୪ର୍ଥ ଅଭିଯୁକ୍ତ ଚିହ୍ନଟ।

 

୧୫-ହରିଦ୍ୱାର:ଜେଲ୍‌ରେ ରାମଲୀଳା ଚାଲିଥିବା ବେଳେ ପାଚେରୀ ଡେଇଁ ପଳାଇଲେ ବାନର ହୋଇଥିବା ଦୁଇ କଏଦୀ।

 

୧୬-ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍‌ ହେଲେ ଜୟବର୍ଦ୍ଦନେ।

 

୧୭-ସାରଜା: ମହିଳା ଟି-୨୦ ବିଶ୍ଵକପ୍‌ରୁ ବିଦା ହେବାର ଦ୍ଵାର ଦେଶରେ ଭାରତ, ରୋମାଞ୍ଚକର ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ ପରାସ୍ତ।

 

୧୮-ଏବେ ବି ରାବଣଙ୍କ ଶବ ବିରାଟ ତୈଳ କୁଣ୍ଡରେ ସଂରକ୍ଷିତ,ଶ୍ରୀଲଙ୍କାର ଅନ୍ତର୍ଜାତୀୟ ରାମାୟଣ ଗବେଷଣା ଅନୁଯାୟୀ ରାବଣଙ୍କ ତୈଳ କୁଣ୍ଡରେଥିବା ଶରୀର ୧୮ ଫୁଟ ଲମ୍ବ ଓ ୫ ଫୁଟ ଚଉଡା।

 

୧୯-ଦକ୍ଷିଣ ଲେବାନନରୁ ଶାନ୍ତି ସୈନ୍ୟ ପ୍ରତ୍ୟାହାର ପାଇଁ ଜାତିସଂଘକୁ ନେତାନ୍ୟାହୁଙ୍କ ପରାମର୍ଶ।

 

୨୦-ଆନ୍ତର୍ଜାତିକ ବିପର୍ଯ୍ୟୟଜନିତ ବିପଦ ହ୍ରାସ ଦିବସ: ଜୀବନହାନି କମାଇବାକୁ ବିଶ୍ୱ ସମୁଦାୟର ଆହ୍ୱାନ।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*