June 29, 2024

ଗଜପତି:- ୩୧ ତମ ପିଲା’ଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ।

Share

ଗଜପତି:- ୩୧ ତମ ପିଲା’ଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ।
———————————————-
ଗଜପତି ଜିଲ୍ଲା କାଶୀନଗର ବ୍ଲକ’ର ଖାରଡା ଗ୍ରାମ ସ୍ଥିତ ବିନାୟକ ମହାପାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୩୧ତମ ପିଲା’ଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ’ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରକଳ୍ପ ପ୍ରତିଯୋଗୀତା କାର୍ଯ୍ୟକ୍ରମ’ରେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଶ୍ରୀ ଏ: ରବି କୁମାର ଯୋଗଦେଇ କାର୍ଯ୍ୟକ୍ରମ’ର ଶୁଭ ଆରମ୍ଭ କରି ଏହି ବର୍ଷ ର ମୁଖ୍ୟ ବିଷୟ “ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥା କୁ ଜାଣିବା ” ଉପରେ ଆଲୋକପାତ କରିଥିଲେ ।
ସେହିଭଳି ପିଲା’ଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ର ଏକାଡେମିକ ସଂଯୋଜକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ’ର ଉଦ୍ଦେଶ ଜ୍ଞାପନ କରି ଛାତ୍ର/ଛାତ୍ରୀ ମାନଙ୍କ ମନରେ ଉଙ୍କି ମାରୁଥୁବା ବିଜ୍ଞାନ ଚିନ୍ତାଧାରା କୁ ବିନିଯୋଗ କରି ନିଜ ଅଞ୍ଚଳ’ର ବିକାଶ କୁ ପ୍ରତିହତ କରୁଥିବା ସମସ୍ୟା’କୁ ଦୂର କରିବା ପାଇଁ ଏହି ଭଳି ପ୍ରକଳ୍ପ ପ୍ରତିଯୋଗୀତା ଏକ ମାଧ୍ୟମ ଅଟେ ବୋଲି କହିଥିଲେ ।
ଶ୍ରୀ ଦେବଦାସ ତମାରପୁ ଓ ଶ୍ରୀ ବାଳକୃଷ୍ଣ ମାଝି ପ୍ରତିଯୋଗିତା କାର୍ଯ୍ୟକ୍ରମ’ର ବିଚାରକ ଭାବେ ଯୋଗଦେଇ ଥିଲେ।
ଏହି ପ୍ରତିଯୋଗିତା’ରେ ଗଜପତି ଜିଲ୍ଲା ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ୫୬ ଟି ପ୍ରକଳ୍ପ ର ଛାତ୍ର/ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା’ରେ ଅଂଶଗ୍ରହଣ କରିବା ପାଇଁ ବିବେଚିତ ହୋଇଛନ୍ତି ।
ସେମାନେ ହେଲେ ପପୁନ ମହାରଣା , ସରକାରୀ ମହେନ୍ଦ୍ର ଗିରି ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି , ଅନିତା ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର , ଏ: ଗୌତମୀ , ବି:ଏମ୍: ଉଚ୍ଚ ବିଦ୍ୟାଳୟ ଖାରଡା , ମୁନା ଦୋଲାଇ , ଏସ୍ କେ ସି ଜି: ଉଚ୍ଚ ବିଦ୍ୟାଳୟ ଗୁରାଣ୍ଡି , ବର୍ଶିତା ଦାସ , ସରସ୍ୱତୀ ଶିଶୁ ମନ୍ଦିର ପାରଳାଖେମୁଣ୍ଡି ।
ଶେଷରେ ଉପସ୍ଥିତ ସମସ୍ତ’ଙ୍କୁ ବିଦ୍ୟାଳୟ’ର ପ୍ରଧାନ ଶିକ୍ଷକ ଶ୍ରୀ ଅମୋସ ଲିମା ଧନ୍ୟବାଦ୍ ଦେଇଥିବା ବେଳେ ଏନ ଜଗଦୀଶ , ଗୌରୀ ପ୍ରସାଦ ରଣା ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————–