June 16, 2026

ଗଞ୍ଜାମ ବ୍ଲକ ସିଡିପିଓ ସଲୀଳା ପ୍ରଧାନ ଙ୍କୁ ସମ୍ବର୍ଧିତ

IMG-20231014-WA0001
Share

ଗଞ୍ଜାମ ବ୍ଲକ ସିଡିପିଓ ସଲୀଳା ପ୍ରଧାନ ଙ୍କୁ ସମ୍ବର୍ଧିତ
—————————————-

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସିଡିପିଓ ସଲୀଳା ପ୍ରଧାନ ଙ୍କୁ ଛତ୍ରପୁର ସହର ସ୍ଥିତ ଋଷିକୁଲ୍ୟା ଭବନ ସମ୍ମିଳନୀ କକ୍ଷରେ
ପୋଷଣ ମାସ ଉଦଯାପନି ସମାରୋହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସମର୍ଦ୍ଧିତ କରାଯାଇଛି l ଯାହାକୁ ନେଇ ତାଙ୍କୁ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ପ୍ରଦାନ କରାଯାଇଛି l ସେହିପରି ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଛି l
ସମର୍ଦ୍ଧିତ ସମାରୋହ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ଏସ. ରାଜେଶ୍ଵରୀ ଦୋରା,ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ,ଡେପୁଟି କଲେକ୍ଟର ଦୀପ୍ତିମୟୀ ପାତ୍ର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବେଦା ପରବିନ,ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର,ଆକ୍ସନ ଏଡର ଜିଲ୍ଲା ସଂଯୋଜକ ଦେବବ୍ରତ ମହନ୍ତ,ପୋଷଣ ଜିଲ୍ଲା ସଂଯୋଜକ ଅମିତ କୁମାର ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତିରେ ତାଙ୍କୁ
ସମର୍ଦ୍ଧିତ କରାଯାଇଥିଲା l
ସୂଚନାଥାଉକି ଚଳିତ ବର୍ଷ ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ ଗଞ୍ଜାମ ବ୍ଲକରେ ସିଡିପିଓ ଶ୍ରୀମନ୍ତୀ ପ୍ରଧାନଙ୍କ ଙ୍କ ତତ୍ୱାବଧାନରେ ସୁପରଭାଇଜର ଓ ସମସ୍ତ ଅଙ୍ଗନବାଡିବାଡ଼ି କର୍ମୀ ନିରନ୍ତର ଉଦ୍ୟମ ଫଳରେ ପ୍ରତି ସେକ୍ଟର ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପୋଷଣ ମାସ କାର୍ଯ୍ୟକ୍ରମ ଆକର୍ଷଣୀୟ କରାଯାଇ ଜନ ସଚେତନତା ସୃଷ୍ଟି କାରାଯାଇଥିଲା l
ଶୋଭାଯାତ୍ରା, ପୃଷ୍ଟି ସାର ଖାଦ୍ୟ ପ୍ରଦର୍ଶନୀ ମାଧ୍ୟମରେ ଶିଶୁ, ପ୍ରସୂତି ମହିଳା, ଗର୍ଭବତୀ ମହିଳା, କିଶୋରୀ ମାନଙ୍କୁ ନେଇ ଗଞ୍ଜାମ ବ୍ଲକରେ ବ୍ଲକ ସ୍ତରୀୟ ଓ ବିଭିନ୍ନ ସେକ୍ଟର ସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନାତା ସୃଷ୍ଟି କରାଯାଥଲା l