June 16, 2026

ଉଲୁଣ୍ଡା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଘରେ ଘରେ କଂଗ୍ରେସ,ଘରେ ଘରେ ହାତ” କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20231014-WA0003
Share

ଉଲୁଣ୍ଡା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଘରେ ଘରେ କଂଗ୍ରେସ,ଘରେ ଘରେ ହାତ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଉଲୁଣ୍ଡା,୧୩/୧୦ (ଉପାନ୍ତ ଓଡିଶା)- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯାଲୋଏ ଗ୍ରାମ ଠାରେ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଉଲୁଣ୍ଡା ବ୍ଳକ କଂଗ୍ରେସ କମିଟି ତରଫରୁ ଆଜି ଘରେ ଘରେ କଂଗ୍ରେସ,ଘରେ ଘରେ ହାତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉଲୁଣ୍ଡା ବ୍ଳକ କଂଗ୍ରେସ କମିଟି ସଭାପତି ପ୍ରଭୁଦତ୍ତ ବସ୍ତିଆ ଙ୍କ ନେତୃତ୍ବରେ ପ୍ରଦୀପ ସେଠୀ,ବୀରମହାରାଜପୁର ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ରାଜଗୋପାଳ ପାଣିଗ୍ରାହୀ,ଏସ ପତ୍ରାପାଲି ସରପଞ୍ଚ ସନାତନ ମହାଳିଙ୍ଗ,ଭୋଳାନାଥ ସାଗର, ରାମଚନ୍ଦ୍ର ବାରିକ ପ୍ରମୁଖ ଙ୍କ ସମେତ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ 25 ବର୍ଷ ବିଜେଡି ସରକାର ର ଶାସନ କାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସମସ୍ୟା,କୃଷକଙ୍କ ସମସ୍ୟା,ବେକାର ଯୁବକ ଯୁବତୀ ସମସ୍ୟା,ବୃକ୍ଷରୋପଣ ଦୁର୍ନିତି,ମନରେଗା ଦୁର୍ନିତି,ପିସି କାରବାର ବୃଦ୍ଧି, ଜିନିଷ ର ଦରଦାମ ବୃଦ୍ଧି ଓ ଆଜି ପର୍ଯ୍ୟନ୍ତ ଚାଷୀ ର ବିଭିନ୍ନ ପ୍ରକାର ସମସ୍ୟା ରହିଥିବା ଲୋକଙ୍କୁ ଅବଗତ କରାଇଥିଲେ।କଂଗ୍ରେସ ତରଫରୁ ସମସ୍ତ ଗାଁ ଘରେ ଘରେ ଦଳ ପହଞ୍ଚିବ ବୋଲି କୁହାଯାଇଛି।ଏହି କାର୍ଯ୍ୟକ୍ରମରେ କଂଗ୍ରେସ ର ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ।