April 26, 2026

ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଥିବା ଜନ୍ମମୃତ୍ୟୁ ପଞ୍ଜିକରଣ କେନ୍ଦ୍ର ଖୋଲା ଯାଉନାହିଁ, ସାଧାରଣରେ ତୀବ୍ର ଅସନ୍ତୋଷ 

IMG-20250914-WA0035
Share

 

 

ପାରଳାଖେମୁଣ୍ଡି:୧୧/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ମୋହନା ବ୍ଲକରେ ଥିବା ଜନ୍ମମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟ ବହୁ ସମୟରେ ବନ୍ଦ ରହୁଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି. ଦୀର୍ଘ ଦିନ ଧରି ଜନ୍ମ ମୃତ୍ୟୁ ନିମନ୍ତେ ପଞ୍ଜିକରଣ କରିଥିବା ଓ ପ୍ରମାଣ ପତ୍ର ପାଇବା ପାଇଁ ଅଞ୍ଚଳର ଲୋକେ କାର୍ଯ୍ୟାଳୟକୁ ଆସି ଆସି ଥକି ଗଲେଣି। ତଥାପି ମିଳୁନି ପ୍ରମାଣପତ୍ର କି ପଞ୍ଜିକରଣ ହୋଇପାରୁନି ଜନ୍ମ ମୃତ୍ୟୁ ରେଜିଷ୍ଟେସନ । ଗତକାଲି ୯ଟାରୁ ପ୍ରମାଣ ପତ୍ର ପାଇବା ନିମନ୍ତେ କାର୍ଯ୍ୟାଳୟକୁ ଆସି ଅପେକ୍ଷା କରିଥିଲେ ବହୁସଂଖ୍ୟକ ଲୋକ। ଦିନ ୧୧ ଟା ପରେ ସୁଦ୍ଧା ଅଫିସ ଖୋଲା ଯାଇ ନ ଥିବା ମୋହନା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରଗିରି ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀ ଖବର କାଗଜରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପର୍ଯ୍ୟସ୍  ସ୍ୱାସ୍ଥ୍ୟ ସେବା ଓ  ଜନ୍ମ ମୃତ୍ୟୁ ପଞ୍ଜିକରଣରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ଖବର ଜାଣି ହଠାତ ଦିନ ୧୧ଟାରେ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ହେଲେ କାର୍ଯ୍ୟାଳୟରେ ତାଲା ଝୁଲୁଥିଲା। ଲୋକଙ୍କଠାରୁ ଜାଣିବାକୁ ପାଇଲେ ସେମାନେ ଦୀର୍ଘ ଦିନ ହେଲା ପ୍ରମାଣପତ୍ର ପାଇବା ଓ ପଞ୍ଜିକରଣ କରିବା ପାଇଁ ଆବେଦନ କରିଥିଲେ ମଧ୍ୟ ଅଧିକାରୀ ନୀରବ ଦ୍ରଷ୍ଟା । ଦୀର୍ଘ ସମୟ ଧରି ସେମାନେ ଅପେକ୍ଷା କରି ରହିଥିବା ଶୁଣି ଏବଂ କାର୍ଯ୍ୟାଳୟ ତାଲା ପଡ଼ିଥିବା ଦେଖି କ୍ଷୁବ୍ଧ ହୋଇଥିଲେ। ଶ୍ରୀ ବିଷୋୟୀ ଏସଂପର୍କରେ ଜାଣିବା ପାଇଁ ଭାରପ୍ରାପ୍ତ ଚ଼ିକିତ୍ସା ଅଧିକାରୀ ଡ଼. ଜୟ ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ କି ନିଜ କାର୍ଯ୍ୟାଳୟରେ ଉପସ୍ଥିତ ନଥିଲେ। ଏଣୁ ସେ ବାଧ୍ୟ ହୋଇ ସିଡ଼ିଏମଓ  ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଭୟେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ I