ଗଜପତି:- ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି ଓଡ଼ିଆ ଭଣ୍ଡାରୀ ସାହି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ-ଗଜପତି ଜିଲ୍ଲା ଶାଖା ପାରଳାଖେମୁଣ୍ଡି ପକ୍ଷରୁ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏଭଳି ଆଧ୍ୟାତ୍ମିକ ପ୍ରବଚନ ଶ୍ରବଣ ଦ୍ଵାରା ମାନସିକ ଶାନ୍ତି , ସ୍ଥିରତା ଓ ସୁସ୍ଥତା ପ୍ରାପ୍ତି ହୋଇଥାଏ । ତେଣୁ ଉପସ୍ଥିତ ସମସ୍ତେ ଏସବୁ ଲାଘବ କରିବା ସହ ଆପଣ ମାନଙ୍କ ଦ୍ଵାରା ଅନ୍ୟମାନେ ସୁସ୍ଥତା ପ୍ରାପ୍ତି ଲାଭ କରିବା କାମନା କରିଥିଲେ ।
କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ପ୍ରବଚକ ପ୍ରଫେସର ଡ଼ଃ ମଦନ ମୋହନ ମହାପାତ୍ର ଯୋଗଦେଇ ପ୍ରବଚନ ଦେଉଛନ୍ତି ।
ସେହିଭଳି ସଂଘର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ , ଏଭଳି ଆଧ୍ୟାତ୍ମିକ ପ୍ରବଚନ ଦ୍ଵାରା ପ୍ରଭୁଙ୍କ କୃପା ଲାଭ କରିବା ସହ ତାଙ୍କର ନିକଟବର୍ତ୍ତୀ ହେବା । ସଂସାର ତ୍ୟାଗ କରିବା ପୂର୍ବରୁ ଭୋଗ ର କଣ ଅସୁବିଧା ରହିଛି , ସେ ସମ୍ପର୍କରେ ଅବଗତ ହେବା ।
ଆମ ଅଲକ୍ଷ୍ୟରେ ତ୍ୟାଗ କରିବା ଅପେକ୍ଷା ଆମ ହାତରେ ଆମେ କିଭଳି ତ୍ୟାଗ କରିବା , ଏ ସବୁ ଶିଖିବା ସହ ମଣିଷ ପଣିଆ ଶିଖି ଅନ୍ୟକୁ ସାହାଯ୍ୟ ଓ ସହଯୋଗ କରିବା ସହ ଅନ୍ୟର ଉପକାରରେ ସହାୟକ ହେବା :ଏ ପ୍ରକାର ସବୁ ଭଗବାନଙ୍କ କୃପା କିଭଳି ଲାଭ କରିବା , ସେଥିପାଇଁ ଏଭଳି କାର୍ଯ୍ୟକ୍ରମ କରାଯିବାର ମହତ୍ ଉଦ୍ଦେଶ୍ୟ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ ଏବଂ ସମାଜର ସଭାପତି ଶ୍ରୀ ଭାରତ ଭୁଷଣ ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ଶ୍ରୀମଦ୍ ଭାଗବତ ପ୍ରେମୀ , ଅବସରପ୍ରାପ୍ତ କର୍ମଚାରୀ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଉଛନ୍ତି ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————