November 26, 2024

ଆଦିବାସୀ ଅଧିଷ୍ୟୁତ ନେରିଡିଗୁଡା ଗ୍ରାମବାସୀ ପକ୍କା ରାସ୍ତା ର ସ୍ବପ୍ନ ଦେଖୁଛନ୍ତି 

Share

ରାୟଗଡା : ରାୟଗଡା ଜ଼ିଲ୍ଲା ର କୋଳନରା ବ୍ଲକ ର ବଡ଼ଖିଲାପଦର ପଂଚାୟତ ଆନ୍ତର୍ଗତ ନେରିଡିଗୁଡା ଗାଁ ଟି ବ୍ଲକ ସଦର ମୋହକୁମା ଠାରୁ ମାତ୍ର 9 କୋଲିମିଟର ଦୂରରେ ଅବସ୍ଥିତ କିନ୍ତୁ ଦେଶ ସ୍ୱାଧୀନତା ର 77 ବର୍ଷ ପରେ ମଧ୍ୟ୍ୟ ଗ୍ରାମବାସୀ ଅବହେଳିତ ଭାବେ ରହି ଆସୁଥିବା ରର ଦେଖିବାକୁ ମିଳିଛି ଲ ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟ ର 14 ଗୋଟି ପରିବାର ର 70 ବ୍ୟକ୍ତି ବସବାସ କରନ୍ତି l ଏହି ଗ୍ରାମ ରେ ପହଂଚିବା କୁ ହେଲେ ଦୁଇଟି ରାସ୍ତା ରହିଛି ଗୋଟିଏ କୋଳନରା ରୁ ପିଣ୍ଡାପଦର ଦେଇ ଓ ଅନ୍ୟ ଟି କୋଳନରା ରୁ ମୁନିସିଙ୍ଗ ପୂଜାରୀଗୁଡା ଦେଇ ଯିବାକୁ ପଡେ l ପିଣ୍ଡା୍ପଦର ଓ ନେରିଡିଗୁଡା ମଧ୍ୟରର ଏକ ଖରସ୍ରୋତା ନାଳ ପ୍ରବାହିତ ହେଉଛି l ଏହି ନାଳ ର ଭରା ପାଣି ମଧ୍ୟରେ 15 ଜଣ କୁନି କୁନି ଛାତ୍ର ଛାତ୍ରୀ ବିପଦପୂର୍ଣ୍ଣ ଅବସ୍ଥାରେ ଏହି ନାଳ ପାର ହୋଇ 2କିଲୋମିଟର ଦୂରରେ ଥିବା ସ୍କୁଲ କୁ ପାଠ ପଢିବା ନିମନ୍ତେ ଯିବା ଆସିବା କରନ୍ତି ବୋଲି ଗ୍ରାମବାସୀ କହିଛନ୍ତି l. ବର୍ଷା ଦିନେ ନାଳ ରେ ପାଣି ଆସିଲେ ପିଲାଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଉଛି l ପୂଜାରୀଗୁଡା ରୁ ନେରିଡିଗୁଡା ମାତ୍ର 3 କିଲୋମିଟର ରାସ୍ତା ଯାହାକି ମରଣ ଯନ୍ତା ପାଲିଟିଛି l ମୋଟର ଗାଡି ଆମ୍ବୁଲାନ୍ସ ଏହି ଗାଁ କୁ ଯିବା ଆସିବା ତ ଦୂରର କଥା ମଣିଷ ଚାଲିକି ଯିବା କଷ୍ଟକର ବ୍ୟାପାର l ଗାଁ କୁ ରାସ୍ତା ପକ୍କା ରାସ୍ତା ନଥିବାରୁ ଗାଁ ରେ ଆମ୍ବୁଲାନ୍ସ ପହଞ୍ଚୁପାରୁନାହିଁ ସେଥିପାଇଁ ଗର୍ଭବତୀ ମହିଳା ଓ ରୋଗାକ୍ରାନ୍ତ ବ୍ୟକ୍ତି ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମ ବାସୀ ପ୍ରକାଶ କରିଛନ୍ତି l ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ସହିତ ପାନୀୟ ଜଳ ପରି ଅନ୍ୟ ମୌଳିକ ସୁବିଧା ରୁ ଆମେ ବଂଚିତ ରହୁଛୁ ବୋଲି ଗାଁ ର ମୀନାରାଓ କୁଲେଷିକା, ଭାସ୍କର ମେଲକା, ରବୀନ୍ଦ୍ର କୋଣ୍ଡାଗୋରୀ ପାପୁଲ ମେଲେକା କହିଛନ୍ତି ସେମାନ ପୁଣି କହିଛନ୍ତି ଯେ ଆମ ଗାଁ କୁ ଆଜି ପର୍ଯ୍ୟନ୍ତ କୌଣସି ବିଧାୟକ ମନ୍ତ୍ରୀ ଙ୍କ ପାଦ ପଡ଼ିନାହିଁ କେବଳ ନିର୍ବାଚନ ସମୟରେ ପ୍ରତ୍ୟେକ ଦଳ ର କୁଜି ନେତା ଆସି ବିଭିନ୍ନ ଆଶା ଦେଖାଇ ଭୋଟ ନିଅନ୍ତି କିନ୍ତୁ ନିର୍ବାଚନ ସାରିଲେ କାହାରି ଦେଖାଯାଉନାହିଁ l ଆମ ଗାଁ ସମସ୍ୟା ନେଇ ସରପଞ୍ଚ ମାଦାରାଓ କୋଣ୍ଡାଗୋରୀ ଓ ବିଡ଼ିଓ ଙ୍କୁ ବାରମ୍ବାର କହିଲେ ମଧ୍ୟ୍ୟ କିଛି ସୁଫଳ ମିଳିନାହିଁ ବୋଲି କହିଛନ୍ତି l ସରପଞ୍ଚ ଖାଲି ବଡ଼ ବଡ଼ କଥା କହିବୁଲୁଛି କିନ୍ତୁ କାମ କରୁନାହିଁ କି ଆମ ଗାଁ କୁ ମଧ୍ୟ୍ୟ ଆସୁନାହିଁ l ଗ୍ରାମବାସୀ ଆମର ପୂର୍ବତନ ବିଧାୟକ ଜଗନ୍ନାଥ ସାରକା ଙ୍କୁ ମିଶି ଗାଁ ର ଅଭାବ ଅସୁବିଧା କହିବା ପାଇଁ ରାୟଗଡା ପ୍ରଦକ୍ଷଣ ଗୃହ କୁ ଗଲେ ମଧ୍ୟ୍ୟ ବିଧାୟକ ଙ୍କ ପାଖେ ଥିବା କେତେକ ସରପଞ୍ଚ ଓ କୁଜିନେତା ଆମକୁମିଶିବାକୁ ଦେଇନଥିଲେ l ତେଣୁ ଆମେ ଆମର ଅସୁବିଧା ବିଧାୟକ ଙ୍କୁ ଜଣେଇବାରେ ସକ୍ଷମ ହୋଇପାରିଲୁନାହିଁ l ବର୍ତ୍ତମାନ ଆମକୁ ପୂଜାରୀଗୁଡା ଦେଇ ପକ୍କା ରାସ୍ତା ସହିତ ନେରିଡିଗୁଡା ଓ ପିଣ୍ଡା୍ପଦର ନାଳ ମାଧ୍ୟ୍ୟରେ ଏକ ଝୁଲା ପୋଲ ନିର୍ମାଣ ପାଇଁ ସରକାର ଙ୍କୁ ଅନୁରୋଧ କରୁଛୁ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.