September 21, 2024

ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ଏବଂ ଗଣିତ ମେଳା (SCIFARI 2.0)

Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ପଦ୍ମପୁର ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ବିଜ୍ଞାନ ଏବଂ ଗଣିତ ମେଳା( SCIFARI 2.0) ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମାନ୍ ମଧୁସୂଦନ ଦେବତା, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପଧାନ,ବିଚାରକ ତଥା ସମ୍ମାନିତ ଅତିଥି ଭାବେ ଜମରତଲା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରାଜେଶ କୁମାର ଖମାରୀ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ର ବିଜ୍ଞାନ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ଶତପଥି ଯୋଗଦେଇଥିଲେ।ସର୍ବପ୍ରଥମେ ମୁଖ୍ୟ ଅତିଥି ଙ୍କ ଦ୍ବାରା ଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରୀ ଗଣେଶ ଏବଂ ମା ସରସ୍ବତୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଶିକ୍ଷୟିତ୍ରୀ ପ୍ରୀତିରଶ୍ମୀ ସେଠ୍ ଅତିଥି ପରିଚୟ ପ୍ରଦାନ ସହ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ତତ୍ପରେ ବିଦ୍ୟାଳୟ ର ଛାତ୍ର ମାନେ ଏକ ବିଜ୍ଞାନ ଆଧାରିତ ଗୀତ ଗାନ କରିଥିଲେ।ଏହି ମେଳା ରେ ଅଭିନବ ଏବଂ ସୃଜନାତ୍ମକ ୫୬ ଟି ପ୍ରୋଜେକ୍ଟ ପ୍ରଦର୍ଶନ କରାଯାଇଥିଲା।ଜୁନିୟର ଏବଂ ସିନିୟର ବିଭାଗ ରୁ ତିନୋଟି ଲେଖାଏଁ ପ୍ରୋଜକ୍ଟ ବିଚାରକ ମାନଙ୍କ ଦ୍ବାରା ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା ଏବଂ ଅନ୍ୟାନ୍ୟ ଭାଗ ନେଇଥିବା ଛାତ୍ର ମାନଙ୍କୁ ପାର୍ଟିସିପେସନ୍ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।ଶେଷରେ ଶିକ୍ଷୟିତ୍ରୀ ତୃପ୍ତିମୟୀ ଝଗରା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ମେଳା କୁ ସାଫଲ୍ୟମଣ୍ଡିତ କରିବା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଯଥାକ୍ରମେ ପ୍ରଭାସିନି ସା, ରୁଦ୍ରାଙ୍ଗଦ ବାରିକ୍, ମଧୁସ୍ମିତା ବର୍ଗେ, ଅମୃତା ବାରିକ୍, ସଂଗ୍ରାମ କେଶରୀ ଦୀପ, ଅମ୍ବିକା ରଥ, ମୋହନ ବନଛୋର, ବୃନ୍ଦାବନ ଦାଶ, ଚନ୍ଦ୍ରଶେଖର ଭୋସାଗର, ସୁନିତା ଖମାରି, ଚନ୍ଦନ ନାୟକ, ଦୀପକ କୁମାର ତିୱାରୀ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ କୃଷ୍ଣଚନ୍ଦ୍ର ପଧାନ, ନିରୁପମା ଭୋଇ, ନନ୍ଦିନୀ ବାଗ ପ୍ରମୁଖ ସହଯୋଗ କରିଥିଲେ।