September 29, 2024

ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗଣଧାରଣା

Share

ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗଣଧାରଣା

 

 

ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ସଂଘ ପକ୍ଷରୁ ୩ଦଫା ମୁଖ୍ୟ ଦାବି ନେଇ ମଙ୍ଗଳବାର ଠାରୁ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ରେ ଥିବା ୪୩୮ ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟିରେ ରହି ନିଜର ନ୍ୟାର୍ଯ୍ୟ ଦାବି ପାଇଁ ଗଣଧାରଣା ରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷକ ମାନେ ସାମୁହିକ ଛୁଟିରେ ଯିବା ଯୋଗୁଁ ୧୦୬ ରୁ ଉର୍ଦ୍ଧ୍ବ ବିଦ୍ୟାଳୟ ଗୁଡିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିବା ବେଳେ ବିଦ୍ୟାଳୟରେ ଅଧ୍ୟାନରତ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଏବଂ ମଧ୍ୟାହ୍ନ ଭୋଜନ ପାଇବାରୁ ବଞ୍ଚିତ ହେଉଛନ୍ତି ।ଏଥି ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରତ୍ୟେକ ଦିନ୬ବର୍ଷ ଠିକା ଚାକିରି ସମୟକୁ ମୂଳ ଚାକିରି ସହ ଗଣନା ସହ ୬ଟି ଆନୁମାନିକ ବେତନ ବୃଦ୍ଧି ସହ ପଦୋନ୍ନତି ସୁଯୋଗ, ପ୍ରାଥମିକ ଶିକ୍ଷକ ୨୮ଶହଟଙ୍କା ଗ୍ରେଡ ପ୍ରେ ପ୍ରଦାନ ସହ କେନ୍ଦ୍ରୀୟ ହାରରେ ୪୨ଶହ ଟଙ୍କା ପ୍ରଦାନ, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଅନ୍ତର୍ଭୁକ୍ତ କରିବା ଓ ଏକ୍ସ କ୍ୟାଡ଼ର ପ୍ରଥା ଉଛେଦ ସହ କ୍ୟାଡ଼ର ରେ ଅନ୍ତର୍ଭୁକ୍ତ କରିବା ଓ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ କରି ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିବା ,କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ଆଦିନେଇ ୟୁନିଫର୍ମରେ ଆସି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ରେ ବସିବେ ବୋଲି ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ଏହି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗଣ ଧାରଣା ଜାରି ରହିଛି ବୋଲି ଶିକ୍ଷକ ସଂଘ ସଭାପତି କାହ୍ନୁ ଚରଣ ଲିମା,ସାଧାରଣ ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, ସମ୍ପାଦକ ତାଉଡୁ ମାଣ୍ଡାଙ୍ଗି କହିଛନ୍ତି ।।

ରିପୋର୍ଟ ରାକେଶ କୁମାର ବେହେରା