ମୁଖ୍ୟମନ୍ତ୍ରି ଘୋଷଣା କରିଥିବା କେନ୍ଦୁପତ୍ର ଶ୍ରମିଙ୍କ ବୋନସ୍ ଓ ବର୍ଦ୍ଧିତ ପତ୍ର ମୂଲ୍ୟ କାର୍ଯ୍ୟକାରୀ ହେବାରେ ବିଳମ୍ବ

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଡିଭିଜନସ୍ତରୀୟ ବୈଠକରେ ଅସନ୍ତୋଷ
ସମ୍ବଲପୁର , ୧୪/୦୮: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଭିଜନ ଅଧୀନରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ କର୍ମଚାରୀମାନଙ୍କ ବିଭିନ୍ନ ଅଧିକାର, ସମସ୍ୟା ଏବଂ କଲ୍ୟାଣମୂଳକ ପ୍ରସଙ୍ଗକୁ ନେଇ ଆଜି ଚାର୍ମାଲଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଏକ ଅଧିକାର ଭିତ୍ତିକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଅନ୍ତର୍ଜାତୀୟ କୋଠାବାଡ଼ି ନିର୍ମାଣ ସଂଘ (ବି.ଡବ୍ଲ୍ୟୁ.ଆଇ.) ଓ ଷ୍ଟିଲୱାର୍କର୍ସ ହ୍ୟୁମାନିଟି ଫଣ୍ଡ (ୟୁଏସ୍ଡବ୍ଲ୍ୟୁ-ଏସ୍ଏଚ୍ଏଫ୍) ପ୍ରକଳ୍ପର ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନର ବିଭିନ୍ନ ରେଞ୍ଜରୁ ଶତାଧିକ ତୋଳାଳୀ, ଶ୍ରମିକ ଓ କର୍ମଚାରୀ ଯୋଗଦେଇଥିଲେ।
ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦୁପତ୍ର ଶ୍ରମିକଙ୍କ ଅଧିକାର, ସରକାରୀ ଘୋଷଣାର କାର୍ଯ୍ୟକାରିତା, କଲ୍ୟାଣ ପାଣ୍ଠିର ବିନିଯୋଗ, ଶ୍ରମିକମାନଙ୍କ ପାଇଁ ଉପଲବ୍ଧ ସୁବିଧା ଏବଂ ବର୍ତ୍ତମାନ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ହିନ୍ଦ୍ ମଜଦୂର ସଭାର ରାଜ୍ୟ ସଭାପତି ଭାବେ ବିଜୟ କୁମାର ମହାନ୍ତି ନିର୍ବାଚିତ ହୋଇଥିବାରୁ ରେଢ଼ାଖୋଲ ଡିଭିଜନର କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀମାନଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବୈଠକରେ ସବୁଠାରୁ ଗୁରୁତ୍ୱ ପାଇଥିବା ପ୍ରସଙ୍ଗ ଥିଲା ସରକାରଙ୍କ ଦ୍ୱାରା ଘୋଷିତ ବୋନସ୍ ରାଶି ପ୍ରଦାନରେ ହେଉଥିବା ବିଳମ୍ବ। ସଂଘ ପକ୍ଷରୁ କୁହାଯାଇଥିଲା ଯେ ସରକାର ସିଜନାଲ୍ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କ ପାଇଁ ୫ ପ୍ରତିଶତ ଏବଂ କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ୍ ଗତ ମାସ ୧୩ ତାରିଖ ରୁ ଘୋଷଣା କରିଛନ୍ତି। ତେବେ ଘୋଷଣା ସତ୍ତ୍ୱେ ଏପର୍ଯ୍ୟନ୍ତ କୋଣସି ଶ୍ରମିକ ଓ ତୋଳାଳୀଙ୍କୁ ଏହାର ପ୍ରାପ୍ୟ ମିଳିନଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଆହୁରି ମଧ୍ୟ ସିଜିନାଲ କର୍ମଚାରୀ ମାନଙ୍କ ଦରମା ସର୍ବନିମ୍ନ ମଜୁରୀ ଅନୁପାତରେ ବୃଦ୍ଧି ନହେଇ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା l
ସେହିପରି କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ପତ୍ର ଦର କେରି ପ୍ରତି ୧୦ ପଇସା ବୃଦ୍ଧି କରିବା ନେଇ ଘୋଷଣା ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରି ଘୋଷଣା କରିଥିବା କେନ୍ଦୁପତ୍ର ଶ୍ରମିଙ୍କ ବୋନସ୍ ଓ ବର୍ଦ୍ଧିତ ପତ୍ର ମୂଲ୍ୟ କାର୍ଯ୍ୟକାରୀ ହେବାରେ ବିଳମ୍ବ ପାଇଁ ଅସନ୍ତୋଷ
*ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଡିଭିଜନସ୍ତରୀୟ ବୈଠକ*
ରେଢ଼ାଖୋଲ, ୧୪/୦୮: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଭିଜନ ଅଧୀନରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ କର୍ମଚାରୀମାନଙ୍କ ବିଭିନ୍ନ ଅଧିକାର, ସମସ୍ୟା ଏବଂ କଲ୍ୟାଣମୂଳକ ପ୍ରସଙ୍ଗକୁ ନେଇ ଆଜି ଚାର୍ମାଲଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଏକ ଅଧିକାର ଭିତ୍ତିକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଅନ୍ତର୍ଜାତୀୟ କୋଠାବାଡ଼ି ନିର୍ମାଣ ସଂଘ (ବି.ଡବ୍ଲ୍ୟୁ.ଆଇ.) ଓ ଷ୍ଟିଲୱାର୍କର୍ସ ହ୍ୟୁମାନିଟି ଫଣ୍ଡ (ୟୁଏସ୍ଡବ୍ଲ୍ୟୁ-ଏସ୍ଏଚ୍ଏଫ୍) ପ୍ରକଳ୍ପର ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନର ବିଭିନ୍ନ ରେଞ୍ଜରୁ ଶତାଧିକ ତୋଳାଳୀ, ଶ୍ରମିକ ଓ କର୍ମଚାରୀ ଯୋଗଦେଇଥିଲେ।
ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦୁପତ୍ର ଶ୍ରମିକଙ୍କ ଅଧିକାର, ସରକାରୀ ଘୋଷଣାର କାର୍ଯ୍ୟକାରିତା, କଲ୍ୟାଣ ପାଣ୍ଠିର ବିନିଯୋଗ, ଶ୍ରମିକମାନଙ୍କ ପାଇଁ ଉପଲବ୍ଧ ସୁବିଧା ଏବଂ ବର୍ତ୍ତମାନ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ହିନ୍ଦ୍ ମଜଦୂର ସଭାର ରାଜ୍ୟ ସଭାପତି ଭାବେ ବିଜୟ କୁମାର ମହାନ୍ତି ନିର୍ବାଚିତ ହୋଇଥିବାରୁ ରେଢ଼ାଖୋଲ ଡିଭିଜନର କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀମାନଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବୈଠକରେ ସବୁଠାରୁ ଗୁରୁତ୍ୱ ପାଇଥିବା ପ୍ରସଙ୍ଗ ଥିଲା ସରକାରଙ୍କ ଦ୍ୱାରା ଘୋଷିତ ବୋନସ୍ ରାଶି ପ୍ରଦାନରେ ହେଉଥିବା ବିଳମ୍ବ। ସଂଘ ପକ୍ଷରୁ କୁହାଯାଇଥିଲା ଯେ ସରକାର ସିଜନାଲ୍ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କ ପାଇଁ ୫ ପ୍ରତିଶତ ଏବଂ କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ୍ ଗତ ମାସ ୧୩ଲୋ ତାରିଖ ରୁ ଘୋଷଣା କରିଛନ୍ତି। ତେବେ ଘୋଷଣା ସତ୍ତ୍ୱେ ଏପର୍ଯ୍ୟନ୍ତ କୋଣସି ଶ୍ରମିକ ଓ ତୋଳାଳୀଙ୍କୁ ଏହାର ପ୍ରାପ୍ୟ ମିଳିନଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଆହୁରି ମଧ୍ୟ ସିଜିନାଲ କର୍ମଚାରୀ ମାନଙ୍କ ଦରମା ସର୍ବନିମ୍ନ ମଜୁରୀ ଅନୁପାତରେ ବୃଦ୍ଧି ନହେଇ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା l
ସେହିପରି କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ପତ୍ର ଦର କେରି ପ୍ରତି ୧୦ ପଇସା ବୃଦ୍ଧି କରିବା ନେଇ ଘୋଷଣା ହୋଇଥିଲେ ମଧ୍ୟ ଏହାର ବର୍ଦ୍ଧିତ ଦରର ପ୍ରାପ୍ୟ ଏପର୍ଯ୍ୟନ୍ତ ତୋଳାଳୀମାନଙ୍କ ବ୍ୟାଙ୍କ ଖାତାକୁ ଆସିନଥିବା ନେଇ ସଂଘ ଉଦ୍ବେଗ ପ୍ରକାଶ କରିଛି। ସରକାରୀ ଘୋଷଣା ପରେ ତୋଳାଳୀମାନେ ବର୍ଦ୍ଧିତ ଦରର ଅର୍ଥ ପାଇବାକୁ ଆଶା କରିଥିଲେ। କିନ୍ତୁ ଏହାର ଅର୍ଥ ପ୍ରଦାନରେ ବିଳମ୍ବ ହେବା ଦ୍ୱାରା ତୋଳାଳୀମାନେ ଆର୍ଥିକ ଭାବେ ପ୍ରଭାବିତ ହେଉଥିବା ସଂଘ ପକ୍ଷରୁ କୁହାଯାଇଛି। ତେଣୁ ବୋନସ୍ ସହିତ ବର୍ଦ୍ଧିତ ପତ୍ର ଦରର ସମସ୍ତ ବକେୟା ପ୍ରାପ୍ୟ ଶୀଘ୍ର ତୋଳାଳୀମାନଙ୍କ ଖାତାକୁ ପଠାଇବାକୁ ଦାବି ହୋଇଛି।
ପୂର୍ବରୁ କେନ୍ଦୁପତ୍ର ଶ୍ରମିକଙ୍କ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କନ୍ୟାବିବାହ ସହାୟତା ଯୋଜନା କରାଯାଇଥିଲା l ଏହି ସୁବିଧା ବନ୍ଦ କରାଯିବା ନେଇ ବୈଠକରେ ନିନ୍ଦା ପ୍ରକାଶ କରାଯିବା ସହ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ପୂର୍ବରୁ ମିଳୁଥିବା ସୁବିଧାଗୁଡ଼ିକୁ ପୁନଃ ବିଚାର କରିବାକୁ ଦାବି ହୋଇଥିଲା।
ଆହୁରି ମଧ୍ୟ ସଂଘର ଅଭିଯୋଗ ଅନୁଯାୟୀ, ଶ୍ରମିକମାନଙ୍କ ପାଇଁ ଗଠିତ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିର ଅର୍ଥର ସିଧାସଳଖ ଲାଭ ତୋଳାଳୀ ଓ କର୍ମଚାରୀମାନେ ପାଇବା ଉଚିତ। କିନ୍ତୁ ପାଣ୍ଠିର ଅର୍ଥ ସରକାରୀ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ, ପାରିପାର୍ଶ୍ୱିକ ବିକାଶ ଏବଂ ଅଧିକାରୀମାନଙ୍କ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟୟ ହେଉଥିବା ନେଇ ସଂଘ ଅଭିଯୋଗ କରିଛି। ଶ୍ରମିକଙ୍କ କଲ୍ୟାଣ ପାଇଁ ସୃଷ୍ଟି ହୋଇଥିବା ପାଣ୍ଠିର ବ୍ୟବହାର ଶ୍ରମିକଙ୍କ କଲ୍ୟାଣ ପାଇଁ ହେବା ଆବଶ୍ୟକ ବୋଲି ସଂଘ ଦୃଢ଼ ମତ ପ୍ରକାଶ କରିଛି।
ବୈଠକରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ସହ ସେମାନଙ୍କ ସମସ୍ୟାକୁ ସାମୂହିକ ଭାବେ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସରକାରଙ୍କ ଘୋଷଣାଗୁଡ଼ିକ କେବଳ କାଗଜରେ ସୀମିତ ନରହି ତାହାର ପ୍ରକୃତ ଲାଭ ଶ୍ରମିକମାନଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି ମତ ପ୍ରକାଶ କରାଯାଇଥିଲା।
ଆଜିର ଏହି ସଭାରେ ରାଜ୍ୟ ଉପସଭାପତି ଗୋକୁଳ ମେହେର, ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି, ସହଯୋଗୀ ସାଧାରଣ ସମ୍ପାଦକ ମହମ୍ମଦ ମୁର୍ତ୍ତୁଜ଼ା, ରେଢ଼ାଖୋଲ ଡିଭିଜନ ସମ୍ପାଦକ କିଶୋର ପ୍ରଧାନ, ଯୁଗ୍ମ ସମ୍ପାଦକ ଉଦିତ ତ୍ରିପାଠୀ, କାର୍ତ୍ତିକ ପ୍ରଧାନ, ଶଙ୍କର୍ଷଣ ଦେହୁରୀ, ମକର୍ଧ୍ଵଜ ପ୍ରଧାନ, ତୀର୍ଥବାସୀ ପ୍ରଧାନ, ଟିକେଶ୍ୱର ଝାଙ୍କର, ପ୍ରମୋଦ ସାହୁ, ଜିତେନ୍ଦ୍ର ଷଣ୍ଢ, ସତ୍ୟବାଦୀ ନାୟକ, ଅଜିତ ଦେଉ, ସୁମିତ୍ରା ବେହେରା, ଜୟନ୍ତୀ ଦୀପ, ଶୋଭା ଭୋଇ, ଲକ୍ଷ୍ମୀ ଭୋଇ, ସୁଭାଷିନୀ ସେଠି, ସଂଯୁକ୍ତା ସାହୁ, ଅବିନାଶ ପୁରୋହିତ, ଦେବଜ୍ୟୋତି ପଟ୍ଟନାୟକ ଓ ଚିତ୍ରସେନ ନାୟକ ପ୍ରମୁଖଙ୍କ ସହ ଶତାଧିକ ଶ୍ରମିକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସୁମିତ ପଟେଲ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ l
କିଶୋର ପ୍ରଧାନ
ରେଢ଼ାଖୋଲ ଡିଭିଜନ ସମ୍ପାଦକ😁 ଏହାର ବର୍ଦ୍ଧିତ ଦରର ପ୍ରାପ୍ୟ ଏପର୍ଯ୍ୟନ୍ତ ତୋଳାଳୀମାନଙ୍କ ବ୍ୟାଙ୍କ ଖାତାକୁ ଆସିନଥିବା ନେଇ ସଂଘ ଉଦ୍ବେଗ ପ୍ରକାଶ କରିଛି। ସରକାରୀ ଘୋଷଣା ପରେ ତୋଳାଳୀମାନେ ବର୍ଦ୍ଧିତ ଦରର ଅର୍ଥ ପାଇବାକୁ ଆଶା କରିଥିଲେ। କିନ୍ତୁ ଏହାର ଅର୍ଥ ପ୍ରଦାନରେ ବିଳମ୍ବ ହେବା ଦ୍ୱାରା ତୋଳାଳୀମାନେ ଆର୍ଥିକ ଭାବେ ପ୍ରଭାବିତ ହେଉଥିବା ସଂଘ ପକ୍ଷରୁ କୁହାଯାଇଛି। ତେଣୁ ବୋନସ୍ ସହିତ ବର୍ଦ୍ଧିତ ପତ୍ର ଦରର ସମସ୍ତ ବକେୟା ପ୍ରାପ୍ୟ ଶୀଘ୍ର ତୋଳାଳୀମାନଙ୍କ ଖାତାକୁ ପଠାଇବାକୁ ଦାବି ହୋଇଛି।
ପୂର୍ବରୁ କେନ୍ଦୁପତ୍ର ଶ୍ରମିକଙ୍କ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କନ୍ୟାବିବାହ ସହାୟତା ଯୋଜନା କରାଯାଇଥିଲା l ଏହି ସୁବିଧା ବନ୍ଦ କରାଯିବା ନେଇ ବୈଠକରେ ନିନ୍ଦା ପ୍ରକାଶ କରାଯିବା ସହ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ପୂର୍ବରୁ ମିଳୁଥିବା ସୁବିଧାଗୁଡ଼ିକୁ ପୁନଃ ବିଚାର କରିବାକୁ ଦାବି ହୋଇଥିଲା।
ଆହୁରି ମଧ୍ୟ ସଂଘର ଅଭିଯୋଗ ଅନୁଯାୟୀ, ଶ୍ରମିକମାନଙ୍କ ପାଇଁ ଗଠିତ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିର ଅର୍ଥର ସିଧାସଳଖ ଲାଭ ତୋଳାଳୀ ଓ କର୍ମଚାରୀମାନେ ପାଇବା ଉଚିତ। କିନ୍ତୁ ପାଣ୍ଠିର ଅର୍ଥ ସରକାରୀ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ, ପାରିପାର୍ଶ୍ୱିକ ବିକାଶ ଏବଂ ଅଧିକାରୀମାନଙ୍କ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟୟ ହେଉଥିବା ନେଇ ସଂଘ ଅଭିଯୋଗ କରିଛି। ଶ୍ରମିକଙ୍କ କଲ୍ୟାଣ ପାଇଁ ସୃଷ୍ଟି ହୋଇଥିବା ପାଣ୍ଠିର ବ୍ୟବହାର ଶ୍ରମିକଙ୍କ କଲ୍ୟାଣ ପାଇଁ ହେବା ଆବଶ୍ୟକ ବୋଲି ସଂଘ ଦୃଢ଼ ମତ ପ୍ରକାଶ କରିଛି।
ବୈଠକରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ସହ ସେମାନଙ୍କ ସମସ୍ୟାକୁ ସାମୂହିକ ଭାବେ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ😁 ଦିଆଯାଇଥିଲା। ସରକାରଙ୍କ ଘୋଷଣାଗୁଡ଼ିକ କେବଳ କାଗଜରେ ସୀମିତ ନରହି ତାହାର ପ୍ରକୃତ ଲାଭ ଶ୍ରମିକମାନଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି ମତ ପ୍ରକାଶ କରାଯାଇଥିଲା।