August 16, 2026

ଦିବ୍ୟ ଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, କଳା ପାଣି ପରେ,

IMG-20260815-WA0100
Share

ଦିବ୍ୟ ଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, କଳା ପାଣି ପରେ, ଭାରତ ବର୍ଷର୮୦ ସ୍ୱାଧୀନତା ଦିବସ ଶ୍ରୀ ଅରବିନ୍ଦଙ୍କ ୧୫୪ ତମଜୟନ୍ତୀ , ପାଠଚକ୍ର ଓ ଶିକ୍ଷା କେନ୍ଦ୍ର ର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ଶିକ୍ଷା କେନ୍ଦ୍ର ର ସଭାପତି ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଶୁଶୀଲ କୁମାର ଦାଶ ଭାରତ ର ଜାତୀୟ ପତାକା ଓ ଭାରତ ର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିଥିଲେ।ଓ ଛାତ୍ର ଛାତ୍ରୀ ମାନଙ୍କ ଶ୍ରୀ ଅରବିନ୍ଦଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜଣେ ସୁ‌ ନାଗରିକ ହେବା ପାଇଁ ଉଦ୍ବୋଧନ ଦେଇଥିଲେ। ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ମିଶ୍ର , ଶିକ୍ଷକ ବିନୟ ପ୍ରଧାନ, ପ୍ରମୋଦ ଦାସ, ସୁମନ୍ତ ସାହୁ, ସଞ୍ଜୁ ଅପା ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ପୃଥିବୀ କୁ ଶ୍ରୀ ଅରବିନ୍ଦଙ୍କ ଅବଦାନ ଓ ଅଗଷ୍ଟ ପନ୍ଦର ଆସିଛି ପୁଣି ବିଷୟ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଖେଳ ଶିକ୍ଷକ ରମେଶ ସାହୁ, ଓ ଇନ୍ଦ୍ରଜିତ ସାହୁ ଙ୍କ ସହଯୋଗ ରେ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା।

ଶେଷ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶିକ୍ଷା କେନ୍ଦ୍ରର ବରିଷ୍ଠ ସଭ୍ୟ ଶ୍ରୀ ବିନୋଦ ମହାପାତ୍ର ସ୍ୱାଗତ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀ ପ୍ରଭାସ ଚନ୍ଦ୍ର କୃତଜ୍ଞତା ଜ୍ଞାପନ କରିଥିଲେ।

ଶିକ୍ଷା କେନ୍ଦ୍ର ର ସମସ୍ତ ଭାଇ ଅପା, ପରିଚାଳନା କମିଟି ର ସଭ୍ୟସଭ୍ୟା କାର୍ଯ୍ୟ କ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।