ଉଲୁଣ୍ଡା ରେ ବ୍ଲକ ସ୍ତରୀୟ ହର ଘର ତ୍ରିରଙ୍ଗା ପଦ ଯାତ୍ରା
ଉଲୁଣ୍ଡା, ୧୩/୮ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ବ୍ଲକ ସ୍ତରୀୟ ହର ଘର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ପଦଯାତ୍ରା ଉଲୁଣ୍ଡା ପଞ୍ଚାୟତ ସମ୍ମୁଖରୁ ବାହାରି ସହର ପରିକ୍ରମା କରି କଲେଜ୍ ପଡ଼ିଆଠାରେ ପହଞ୍ଚିଥିଲା। ସେଠାରେ ଛାତ୍ରଛାତ୍ରୀ ଦ୍ୱାରା ଦେଶାତ୍ମକ ବୋଧ ଉପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ରେ ବିଧାୟକ ରଘୁନାଥ ଜଗଦଳା, ବିଡିଓ ଦିଲ୍ଲୀପ୍ ବାଡ଼ା, ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃତିବାସ ମିଶ୍ର, ବିଏସଏସଓ ରିଟିକା ପଢ଼ାନ, ସାଂସଦ ପ୍ରତିନିଧି ରାଧାକାନ୍ତ ମହାକୁର, ଜିଲ୍ଲା ସଭାପତି ବେଣୁଧର ଦାସଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଙ୍ଗନୱାଡି କର୍ମୀ, ସିଆର୍ପି , ଏମ୍ବିକେ ଏବଂ ଦଳୀୟ କର୍ମକର୍ତା ମାନେ ସାମିଲ ହୋଇଥିଲେ। ଏବିଡିଓ ଶୁଭ୍ରାଂଶୁ ଶେଖର ମଲ୍ଲିକ ଏବଂ ଓଏଲଏମ୍ କେଶବ ମାଝୀ କାର୍ଯକ୍ରମକୁ ପରିଚାଲନା କରିଥିଲେ।
