June 18, 2026

ସମର୍ଥଙ୍କ ପ୍ରଥମ ଜନ୍ମବାର୍ଷିକ ଉତ୍ସବରେ ରକ୍ତଦାନ ଶିବିର ଅନୁଷ୍ଠିତ

IMG-20250814-WA0079
Share

 

ତା-14/08/2025

ଚିକିଟୀ ଶୁଭଶ୍ରୀ ପ୍ରଧାନ

: ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ ଲାଲମେଣ୍ଟା ଗ୍ରାମପଞ୍ଚାୟତ ର ବିରସିଂହଲକ୍ଷ୍ମୀ ନାରାୟଣ ପୁର ଗ୍ରାମ ନିବାସୀ ଶ୍ରୀ ନାରାୟଣ ପ୍ରଧାନଙ୍କ ସୁପୁତ୍ର ସମର୍ଥ ର ପ୍ରଥମ ଜନ୍ମ ବାର୍ଷିକୀ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସ୍ଥିତ ଏମକେ ସି ଜି ମେଡିକାଲ କଲେଜ ର ଏକ ରକ୍ତ ସଂଗ୍ରହକାରୀ ଦଳ ଉକ୍ତ ଗ୍ରାମରେ ପହଞ୍ଚି 32ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି । ଉକ୍ତ ଶିବିରକୁ ବରିଷ୍ଠ ସମାଜସେବୀ ଶ୍ରୀ କୋରା ପ୍ରଧାନ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ମୃତ୍ୟୁଞ୍ଜୟ ପ୍ରଧାନ, ଖଲି ପ୍ରଧାନ, ଖୋଦ ନାରାୟଣ ପ୍ରଧାନ, ନିବେଦିତା ପ୍ରଧାନ,ଶ୍ରୀ ପବିତ୍ର ପ୍ରଧାନ, ଶ୍ରୀ ସନ୍ତୋଷ ପ୍ରଧାନ, ଶ୍ରୀ କାହ୍ନୁଚରଣ ପ୍ରଧାନ ଆଦି ଯୋଗ ଦେଇଥିଲେ । ସମର୍ଥ ସମାଜ ସେବୀ ବୃନ୍ଦ, ସମସ୍ତ ଗ୍ରାମବାସୀ ଓ ବନ୍ଧୁ ବାନ୍ଧବ ସାଙ୍ଗ ସାଥି ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ରକ୍ତଦାନ ମହାପୁର୍ଣ୍ୟ ଭଳି ଜନହିତକର ବିରଳ କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀ ଭୁୟସୀ ପ୍ରଶଂସା କରିଛନ୍ତି।