ଡକ୍ଟର ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷ ରୋପଣ ସଚେତନ କାର୍ଯ୍ୟକ୍ରମ ।
,
ଗଞ୍ଜାମ=ପ୍ରଦୀପ କୁମାର ପଣ୍ଡା
ବ୍ରହ୍ମପୁର ସ୍ଥିତ ‘ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ’ ଠାରେ ,ଡ଼.ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ,ଖଲ୍ଲିକୋଟ ଙ୍କ ମିଳିତ ଆନୁକୂଲ୍ୟରେ ‘ବନ୍ୟଜନ୍ତୁ ସଂରକ୍ଷଣ,ଓ ବୃକ୍ଷରୋପଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡ଼.ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଖଲ୍ଲିକୋଟ ର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଚେତନ କାର୍ଯ୍ୟକ୍ରମ
ରେ ଶ୍ରୀଯୁକ୍ତ ଭଗବାନ ନାହାକ, ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ଵାଳ, ସେବା ନିବୃତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ, ଶ୍ରୀଯୁକ୍ତ ଲିଙ୍ଗରାଜ ସ୍ଵାଇଁ, ସେବା ନିବୃତ ବ୍ଳକ ଶିକ୍ଷାଧିକାରୀ, ଆଇ ସି ଏସ୍ ଆର୍ ଆଦାମ ଗୃପ୍ ର ବରେଣ୍ୟ ଅଧିକାରୀ , ଶ୍ରୀଯୁକ୍ତ ମାନସ କୁମାର ସାହୁ, ଡେପୁଟି ରେଞ୍ଜ ଅଫିସର, ଓଡିଶା ଜଳସାଥି ମିଶନର ସଭାନେତ୍ରୀ ଶ୍ରୀମତୀ ସୁପ୍ରଭା ରାଉତ , ସମ୍ବର୍ଦ୍ଧିତ ପ୍ରତିଭା ତଥା ମୁଖ୍ୟବକ୍ତା, ପରିବେଶବିତ୍ ତଥା ବିଶିଷ୍ଟ ସାମ୍ବାଦିକ, ଲେଖକ ଶ୍ରୀଯୁକ୍ତ ସୁଦର୍ଶନ ଛୋଟରାୟ ମଞ୍ଚାସିନ ରହି ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ ସଚେତନ ପାଇଁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ଜଙ୍ଗଲ କ୍ଷୟ ହେତୁ ବନ୍ୟପ୍ରାଣୀମାନେ ବିପନ୍ନ ହୋଇପଡିଛନ୍ତି । ସେମାନେ ଗ୍ରାମାଭିମୁଖି ହୋଇ ମଣିଷ କୁ ଆକ୍ରମଣ କରୁଛନ୍ତି । ମଣିଷ ନିଜର ଆବଶ୍ୟକତା ପାଇଁ ଜଙ୍ଗଲ କ୍ଷୟ କରୁଛି,ଅନ୍ୟ ପକ୍ଷରେ ବୃକ୍ଷଟିଏ ଲଗାଇବାକୁ ପ୍ରୟାସ କରୁନି ତାହାର ଫଳସ୍ଵରୂପ ବିଶ୍ଵତାପ ବଢି ବଢି ଯାଉଛି । ଜଳବାୟୁ ଦୃଷ୍ଟିରୃ ବର୍ଷରେ ଛଅ ରୁତୁ ଉପଲବ୍ଧି ନହୋଇ ବର୍ଷର ଆଠଦଶମାସ କେବଳ ଗ୍ରୀଷ୍ମ ଋତୁ୍ର ଅନୁଭବ ହେଉଛି । ଆଗାମୀ ଦିନରେ ସୁଖରେ ବଞ୍ଚିବାକୁ ହେଲେ ସମସ୍ତେ ଅନ୍ୟୁନ ଗୋଟିଏ ଲେଖାଁଏ ଗଛ ଲଗାଇ, ସେହି ଗଛକୁ ବଞ୍ଚାଇ ବଡ କରିବା ନିହାତି ଜରୁରୀ । ନହେଲେ ଅଳ୍ପ ଦିନରେ ମଣିଷ ସମାଜ ସହ ଏ ସୁନ୍ଦର ସୃଷ୍ଟି ଧ୍ୱଂସ ପାଇଯିବ । ଆଜି ବିଶ୍ଵ ହସ୍ତୀ ଦିବସ । ଏହି ଦିବସରେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସପଥ ନେବାକୁ ଅତିଥି ମାନେ ଗୁରୁତ୍ବା ରୋପ କରିଥିଲେ । ସଭା ମଝିରେ ସଚେତନ ଧର୍ମି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଛାତ୍ରୀଛାତ୍ର ଙ୍କ ସହ କରାଯାଇଥିଲା । ପରିବେଶବିତ୍ ଶ୍ରୀ ସୁଦର୍ଶନ ଛୋଟରାୟ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ପ୍ରାଚୀନ ସାହିତ୍ୟ ସଂସଦ ବ୍ରହ୍ମପୁର ର ପ୍ରତିଷ୍ଠାତା ସଂପାଦକ,ଶ୍ରୀ ବଂଶୀଧର ସେଠୀ ପରିଚାଳନା କରିଥିଲେ । ଉଚ୍ଚବିଦ୍ୟାଳୟ ର ଛାତ୍ର ଶ୍ରୀମାନ୍ ପ୍ରବୀଣ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାଶେଷରେ ଅତିଥି, ବିଦ୍ୟାଳୟର ପ୍ରଧାନଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ, ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଆଗାମୀ ଦିନରେ ନିଜେ ଲଗାଇଥିବା ବୃକ୍ଷକୁ ବଞ୍ଚାଇ ରଖିବା ପାଇଁଁ ସପଥ ନେଇଥିଲେ ।
ଏହିଭଳି ଜନହିତକର କାର୍ଯ୍ୟ କରୁଥିବାରୁ ଡ଼.ଏପିଜେ ଅବଦୁଲ୍ କଲାମ୍ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଖଲ୍ଲିକୋଟ ଓ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ , ବ୍ରହ୍ମପୁର କୁ ଜନସାଧାରଣ ସାଧୁବାଦ ଜଣାଇଥିଲେ ।
