April 26, 2026

ନିଶା ନିବାରଣ ଦିବସ ଉଦେଶ୍ୟ ରେ ଶପଥ ପାଠ କାର୍ଯାକ୍ରମ ଅନୁଷ୍ଠିତ

IMG-20250814-WA0027
Share

 

 

କୋରାପୁଟ ଜିଲ୍ଲା କୋଟପାଡ଼ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନିଶା ନିବାରଣ ଦିବସ ଉପଲକ୍ଷେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହରେ ସ୍ଥାନୀୟ ଅବକାରୀ ବିଭାଗର ଅଧିକାରୀ ନିଳାଦ୍ରୀ ବିହାରି ମିଶ୍ର ଏବଂ ବିଭିନ୍ନ କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ଏକ ନିଶା ମୁକ୍ତ ସମାଜ ଗଠନରେ ଛାତ୍ରୀ ମାନଙ୍କର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିକ୍ଷକ ପନିର ସାଗର, ରତିକାନ୍ତ ମହାନ୍ତି , ସୁଜିତ ସରକାର , ମହିମା ମୁଣ୍ଡ, ଶୁଭାଶିଷ ପଣ୍ଡା, ଆକାଶ ବିଭାର,ଶିକ୍ଷୟତ୍ରୀ ଶୁଶ୍ରି ପ୍ରଭାସିନି ଲିମାଲ, ଦମୟନ୍ତି ସାହୁ, ସଇତା ଗୋଲରି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସାହାଯ୍ୟ କରିଥିଲେ।କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର