April 16, 2025

ଆଉ ନାହାନ୍ତି ବରଗଡ଼ ମୁକ୍ତ ଖୋଲା ରଙ୍ଗମଞ୍ଚ ଧନୁଯାତ୍ରାର କଂସ ଅଭିନେତା ଏଲି (ଗୋପାଳ)

Share

ବରଗଡ : (ଉପାନ୍ତ ଖବର) ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ବାଧିକ ୨୩ଥର କଂସ ମହାରାଜ ଭୂମିକା ରେ ଅଭିନୟ କରିଥିବା ଗୋପାଳ ସାହୁ ଓରଫ୍ ଏଲି ଆଉ ନାହାନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି। ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ସେ ବାସିନ୍ଦା। ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ସେ ଥିଲେ ଏବଂ ଅସୁସ୍ଥତା ଅନୁଭବ କରିଥିଲେ। ସେଠାରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ବର୍ଗତ ସାହୁ ପୋଲିସ ବିଭାଗରେ ରହି ବିଭିନ୍ନ ଥାନାରେ କାର୍ଯ୍ୟରତ ଥିଲେ। ଅବସର ଗ୍ରହଣ ପରେ ସେ ପୁଅ ମାନଙ୍କ ସାଥିରେ ରହୁଥିଲେ। ତାଙ୍କ ମୃତ୍ୟୁ ଖବର ଆସିବା ପରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l

 

ବରଗଡ ଜିଲ୍ଲା ରୁ ଜୟନ୍ତ କୁମାର ସେଠ ଙ୍କ ରିପୋର୍ଟ (ଉପାନ୍ତ ଖବର)