ନବରଙ୍ଗପୁର ନୂତନ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଓକିଲ ସଙ୍ଘର ସୌଜନ୍ୟ ମୂଳକ ସାକ୍ଷାତ……..

IMG-20240814-WA0006
Share

 

 

ନବରଙ୍ଗପୁର:-(ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ସଭାପତି ନରସିଂହ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂତନ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ରଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ସଙ୍ଘ ନବରଙ୍ଗପୁର ଜିଲ୍ଲାର ସାମଗ୍ରିକ ବିକାଶ ଧାରାକୁ ଆଗେଇ ନେବା ସହ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲା l ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ସଙ୍ଘ ତରଫରୁ ଅନୁରୋଧ କରାଯାଇଥିଲା l ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ସମସ୍ତ ସମସ୍ୟାକୁ ଅନୁଧ୍ୟାନ କରି ଆଗାମୀ ଦିନରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ଏହି ପ୍ରତିନିଧି ଦଳରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ନରସିଂହ ତ୍ରିପାଠୀଙ୍କ ସହ ଉପସଭାପତି ହରି ନାରାୟଣ ବେହେରା, ସମ୍ପାଦକ ତପନ ସିଂ, ଯୁଗ୍ମ ସମ୍ପାଦକ ସନ୍ଦୀପ ମିଶ୍ର, କୋଷାଧ୍ୟକ୍ଷ ଅନିଲ ଦୀନବନ୍ଧୁ, ଶ୍ରୀକାନ୍ତ କୁମାର ପଣ୍ଡା, ଶର୍ମିଷ୍ଠା ରଥ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ଥିଲେ l

You may have missed