ଚାରିହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବାଣ୍ଟିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସମ୍ମାନିତ ହେଲା ଜୟ ଜଗନ୍ନାଥ ସାମାଜିକ କଲ୍ୟାଣ ସଂଗଠନ l
ଦୀର୍ଘ ପନ୍ଦରଦିନ ଧରି ମହାପ୍ରଭୁଙ୍କ ଅନବସର ଯାତ୍ରା ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ପୀଠରେ ଚାଲିଥିବା ବେଳେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥିଲା ଏହାକୁ ଆଖିଆଗରେ ରଖି ଅନୁଷ୍ଠାନର ଅଧକ୍ଷ ସାମ୍ବାଦିକ ରମେଶ ସାହୁଙ୍କ ଅଧକ୍ଷତାରେ ବ୍ରହ୍ମଗୌଡିୟ ମଠ ପରିସରରେ ୪୦୦୦ ଭକ୍ତଙ୍କୁ ମାଗଣା ଖାଦ୍ୟ ବଣ୍ଟନ ସହିତ ପୁରୀଜିଲ୍ଲା କିନ୍ନର ସଂଘ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଦେହୁରୀ ସାର ଫିତାକାଟି ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ତହସିଲଦାର, ଥାନାଧିକାରୀ, କୋଚ ଡାକ୍ତର ଭବାନୀ, ଦୃଷ୍ଟି ଚାନେଲ ଅଧକ୍ଷ ନାରାୟଣ ଦାସ, ପୁରୀଜିଲ୍ଲା କିନ୍ନର ସଂଘର ମା ଦେବକୀ ମା, କିନ୍ନର ସଂଘର ସଭାନେତ୍ରୀ ପ୍ରିୟାଂଶି ଦାସ, ବାବା ଆର୍ତତ୍ରାଣ ଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗଦେଇଥିଲେ l ସଂଗଠନ ର ଖାଦ୍ୟ ବଣ୍ଟନ ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ପରିଚାଳନା ହୋଇଥିବାରୁ ଗତକାଲି ଶ୍ରୀଅଲାରନାଥ ଅନବସର କମିଟି ପକ୍ଷରୁ ଜୟ ଜଗନ୍ନାଥ ସାମାଜିକ କଲ୍ୟାଣ ସଂଗଠନ ଅଧକ୍ଷ ସାମ୍ବାଦିକ ରମେଶ ସାହୁଙ୍କୁ ସମ୍ମାନିତ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

