August 28, 2026

ରାୟଗଡ଼ା ଜିଲ୍ଲା ଗୁଣୁପୁର ନିକଟ ଚୈତନ୍ୟଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ – ଦୁଇ ଗୁରୁତର।

WhatsApp Image 2026-07-14 at 12.23.36 PM
Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ଗୁଣୁପୁର ନିକଟସ୍ଥ ଚୈତନ୍ୟଗୁଡ଼ା ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମନ୍ଦିରରୁ ଫେରୁଥିବା ବେଳେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ଚିନ୍ତାଡା ରମେଶ (୫୦)ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଗୁଣୁପୁରର ପଞ୍ଚାନନ ହୋତା ଗୁରୁତର ଆହତ ହୋଇଛନ୍ତି। ରମେଶଙ୍କ ସହ ଥିବା ଚିନ୍ନା ମଧ୍ୟ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଶ୍ରୀକାକୁଳମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ପଞ୍ଚାନନ ହୋତାଙ୍କ ହାତ ଭାଙ୍ଗିଯାଇଥିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବିଶାଖାପାଟଣମକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।