March 7, 2026

ଶ୍ରାବଣ ମାସ ପ୍ରଥମ ସୋମବାର  ସରଣ୍ଡାର ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବାଙ୍କ ଶୈବ ପୀଠରେ ଶ୍ରଦ୍ଦାଳୁ ଭକ୍ତଙ୍କ ଭିଡ

IMG-20250714-WA0049
Share

 

ସୁରେନ୍ଦ୍ର କଠାର(ବରଗଡ)

ଅତାବିରା ବ୍ଲକ ସରଣ୍ଡାରେ ରହିଛି ବାବା ବିଶ୍ୱେଶ୍ୱରଙ୍କ ଶୈବ ପୀଠ l ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ଶୈବପୀଠ ମଧ୍ୟରେ ବାବା ବିଶ୍ୱେଶ୍ୱରଙ୍କ ପୀଠର ମହିମା ସ୍ବତନ୍ତ୍ର । ଏଠି ବର୍ଷର ବିଭିନ୍ନ ସମୟରେ ନାନା ପର୍ବ ପାଳନ କରାଯାଏ । ୧୨ ମାସରେ ୧୩ ପର୍ବ ମଧ୍ୟରୁ ଶ୍ରାବଣ ସ୍ନାନ (ଜଳାଭିଷେକ) ଅନ୍ୟତମ l ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ସକାଳ ୫ଟାରୁ ଶ୍ରଦ୍ଦାଳୁ ଭକ୍ତଙ୍କ ସମାଗମା ହୋଇଥିଲା |ଲମ୍ବାଧାଡ଼ିରେ ଶାନ୍ତିଶୃଙ୍ଖଳା ସହ ଦୀର୍ଘ ସମୟ ଦର୍ଶନ ପାଇଁ ଅପେକ୍ଷା କରିବା ବାବା ଓ ଭକ୍ତଙ୍କ ମଧ୍ୟରେ ଏକ ଭିନ୍ନ ଆସ୍ଥା ଓ ବିଶ୍ୱାସର ପରିବେଶ ଜାଗ୍ରତଙ୍କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟିର ସ୍ବେଛାସେବୀଙ୍କ ସହ ଅତାବିରା ଥାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ସୋମବାର ବୋଲବମ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର | ପାହାନ୍ତିଆରେ ବାବାଙ୍କ ଦ୍ୱାର ଖୋଲାଯାଇଥିଲା l ପାଳି ପୂଜକ ବାବାଙ୍କୁ ଗଙ୍ଗାଜଳରେ ସ୍ନାନ କରାଇ ଯଥାରୀତ ପୂଜାପାଠ ପରେ ଭକ୍ତ ବାବା ବିଶ୍ୱେଶ୍ୱରଙ୍କ ଦର୍ଶନ କରିଥିଲେ |ସମସ୍ତ ଭକ୍ତଙ୍କୁ ଖିଚିଡି ଅନ୍ନ ଭୋଗ ପ୍ରଦାନ କରିବା ପାଇଁ ଅତାବିରା ବ୍ଲକ କୁଳିତାଟୁକୁରା ଗ୍ରାମ ପଞ୍ଚାୟତର ଗାନ୍ଧିଟିକିରା ବୋଲବମ ପାର୍ଟି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି l ଅନ୍ୟ ପଟେ ଲରସରା ପଞ୍ଚାୟତ ଖଇରପାଲି ଗ୍ରାମର ୟୁ. ଭି. ରମଣଙ୍କ ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ଚା’ ର ସେବା ଯୋଗାଇବାର ବ୍ୟବସ୍ଥା କରିଛନ୍ତି l ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅତାବିରା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୃତାୟନ କରାଯାଇଥିଲା |