October 5, 2024

ଐତିହ୍ୟ ଘେରରେ ପ୍ରାଚୀନ ଘୁମୁସର ଗଡ଼” ଆଲୋଚନା ଚକ୍ର 14, ‌..

Share

“ଐତିହ୍ୟ ଘେରରେ ପ୍ରାଚୀନ ଘୁମୁସର ଗଡ଼” ଆଲୋଚନା ଚକ୍ର 14, ‌ ଜୁଲାଇ , 2024,ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ଘୁମୁସରର ପ୍ରାଚୀନ ରାଜଧାନୀ ଜୟନ୍ତୀଗଡ ଠାରେ ଅନୁଷ୍ଠିତ “ଐତିହ୍ୟ ଘେରରେ ପ୍ରାଚୀନ ଘୁମୁସର ଗଡ଼” ଆଲୋଚନା ଚକ୍ର ଓ ଭଜନ ସମାରୋହକୁ ଓଡ଼ିଶାର ଖ୍ୟାତନାମା ସାହିତ୍ୟିକ ତଥା ଗବେଷକ କାମରାଜୁ ସାହାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରାଚୀନ ଘୁମୁସର ଗଡ଼ ତଥା ଘୁମୁସରର ଐତିହ୍ୟ ଉପରେ ଗଭୀର ଭାବେ ଆଲୋକପାତ କରିଥିଲେ । ‌ ‌ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଘୁମୁସରର ବିଶିଷ୍ଟ ଗବେଷକ ତଥା ଶିକ୍ଷାବିତ୍ ବିଭୂତି ଭୂଷଣ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଵା ବେଳେ ଗୋଵରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ସଭାପତି କୁଞ୍ଜବିହାରୀ ନାୟକ, ସାହିତ୍ୟ ଘର ଗୋଵରା ସଭାପତି ଅଭିମନ୍ୟୁ ଦଳାଇ, ବିଶିଷ୍ଟ ସମାଜସେବୀ ନିରଞ୍ଜନ ରାଉତ, କର୍ପୁର ସ୍ବାଇଁ, ବଂଶିଧର ଵିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଘୁମୁସରର ଐତିହ୍ୟ ସଂସ୍କୃତି ଉପରେ ରେଖାପାତ କରିଥିଲେ । ‌ କାର୍ଯ୍ୟକ୍ରମ ଆରମ୍ଭରେ ଗୋଵରା ବିନାୟକ ଟୁଟୋରିୟଲର ଛାତ୍ରୀ ସନ୍ଧ୍ୟା , ନନ୍ଦିନୀ ,ଲିକି,ଲିଜା, ନିକିତା,ସ୍କୃତୀ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଵା ବେଳେ କବି ଶିଶିର କୁମାର ସ୍ଵାଇ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଷଦର ସାଧାରଣ ସମ୍ପାଦକ ଦିବ୍ୟଲୋଚନ ଵିଶ୍ବାଳ ସମ୍ପାଦକୀୟ ବିବରଣୀ ପଠନ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ‌ ‌ ଏହି ଅବସରରେ ଅଞ୍ଚଳର ବିଶିଷ୍ଟ କଳାକାର ନାରାୟଣ ସ୍ଵାଇଁ, ବିଷ୍ଣୁ କୁମାର ବେହେରା, ରାମେଶ୍ୱର ସାହୁ, ସନ୍ତୋଷ କୁମାର ଦାସ ପ୍ରମୁଖ ସହ ବାସୁଦେବ ମନ୍ଦିର ପୂଜକ ହୃଷୀକେଶ ପାଣିଗ୍ରାହୀ, ବାଳକୃଷ୍ଣ ପଣ୍ଡା ଓ ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)