March 8, 2026

କସେଇ ବିଦ୍ୟାଳୟ ରେ ପୋଷାକ ବିତରଣ ଉଛବ

IMG-20230714-WA0053
Share

କସେଇ ବିଦ୍ୟାଳୟ ରେ ପୋଷାକ ବିତରଣ ଉଛବ
……………………………
ଧରାକୋଟ,14/7/23
ସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତି ଅନୁଯାୟୀ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ପିଲା ମାନଙ୍କୁ ମାଗଣା ରେ ପୋଷାକ ବିତରଣ ର ବ୍ୟବସ୍ଥା ରହିଛି । ଆଜି ଧରାକୋଟ ବ୍ଲକ ର ଓଳମ୍ୱା ପଞ୍ଚାୟତ ଅନ୍ତର୍ଗତ ରଗୁମୁ କ୍ଲଷ୍ଟରର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉଛବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ଅମୂଲ୍ୟ ଚନ୍ଦ୍ର ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଛବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉମା ଚରଣ ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ଦୀନବନ୍ଧୁ ପ୍ରଧାନ, ସି ଆର ସି ସି କାଳୁ ଚରଣ ଗୌଡ଼,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସନ୍ତୋଷ ପଲାଇ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢୁଥିବା 78 ଜଣ ଝିଅ ପିଲା ଓ 104 ଜଣ ମୋଟ 182 ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ବିତରଣ କରାଯାଇଥିଲା । ସହକାରୀ ଶିକ୍ଷକ ଶଙ୍କର ବେହେରା, ସୁନିଲ କୁମାର ପାଣିଗ୍ରାହୀ, ନିମାଇଁ ଚରଣ ସାହୁ,ଗୋପାଳ ନାୟକ ଓ ବିଜନ କୁମାର ଜେନା ଏଥିରେ ସହଯୋଗ ପ୍ରଦାନ କରିଥିଲେ। ସରକାରୀ ଘୋଷଣା ପ୍ରକାରେ ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରାକ ସୁଟ ଓ ଟି ସାର୍ଟ ପ୍ରଦାନ କରାଯିବ ବୋଲି ପ୍ରଧାନ ଶିକ୍ଷକ ଅମୂଲ୍ୟ ଚନ୍ଦ୍ର ମିଶ୍ର ସୂଚନା ଦେଇଥିଲେ।