March 8, 2026

ମନରେଗା ଯୋଜନା ସମ୍ପର୍କିତ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର

IMG-20230714-WA0049
Share

ମନରେଗା ଯୋଜନା ସମ୍ପର୍କିତ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର
ବୁଗୁଡ଼ା : ତା ୧୪/୦୭/୨୩ : ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ସହାୟତାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଜ୍ଯୋତି ଶଙ୍କର ରାୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏଟିଓ ସୁନନ୍ଦ ଶେଖର ସାହାଣି, ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର କୁମାର ମାଲାନା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏଥିରେ ବନ ବିଭାଗ ଓ କୃଷି ଉଦ୍ୟାନ ବିଭାଗର ପ୍ରତିନିଧି , ପଞ୍ଚାୟତ ଜନପ୍ରତିନିଧି , ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ମୃତ୍ତିକା ସଂରକ୍ଷଣ ବିଭାଗର କୌଣସି ପ୍ରତିନିଧିଙ୍କ ଦେଖା ମିଳିନଥିଲା । ଏ ଅବସରରେ ବ୍ଲକର ଅନ୍ତରପଡା ସମେତ କେତେକ ସ୍ଥାନରେ ମନରେଗା କାର୍ଯ୍ୟର ଫଳକ ନ ଲାଗିଥିବା , କ୍ଯାସ୍ ରେକର୍ଡରେ ଫଟୋ ନ ଥିବା ବିଷୟ ସମୀକ୍ଷା ପରିସରକୁ ଆସିଥିବା ବେଳେ ଜବ୍ କାର୍ଡ ଅପଡେଟ୍ କରାଯିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା ଏବଂ ମନରେଗା କାର୍ଯ୍ୟ ସମ୍ପର୍କିତ ଅନେକ ଦରଖାସ୍ତ ମଧ୍ୟ ଗ୍ରହଣ କରାଯାଇଥିଲା। ଏଥି ସହ ମନରେଗା କାର୍ଯ୍ଯରେ ଶ୍ରମିକଙ୍କୁ ଆବଶ୍ୟକତା ଅନୁଯାୟୀ କାମ ଯୋଗାଇବାକୁ ଏବଂ କାର୍ଯ୍ୟରେ ସ୍ବଚ୍ଛତା ରକ୍ଷା ପାଇଁ ଭିଜିଲାନ୍ସ ମନିଟରିଂ କମିଟି ଗଠନ କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଗତ ୧ ଅକ୍ଟୋବର ୨୦୨୨ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ୬ ମାସ ମଧ୍ୟରେ ହୋଇଥିବା ମନରେଗା କାର୍ଯ୍ୟର ସାମାଜିକ ସମୀକ୍ଷା କରାଯାଇଥିବା ବେଳେ ବ୍ଲକ ସାମାଜିକ ସମୀକ୍ଷକ ବିଘ୍ନରାଜ ଦାଶ ଏଥିରେ ସହଯୋଗ କରିଥିଲେ ଏବଂ ପରିଶେଷରେ ଏପିଓ ମୁଜିବର୍ ରହମାନ୍ ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।